ଉପଲଡା ଗ୍ରାମ ଠାରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ : ବହୁ ନେତାଙ୍କ ଘରବାହୁଡା ସହ ହଜାର ସଂଖ୍ୟକ – ବିଜେଡିରେ ଯୋଗଦେଲେ 

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଡିସେମ୍ବର ସୋମବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମ ଠାରେ ଆଜି ରବିବାର ପୂର୍ବାହ୍ନ ସମୟରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି । ଏହି ମିଶ୍ରଣ ପର୍ବରେ ଗୋଷାଣୀ ବ୍ଲକର ଶତାଧିକ ବିଜେଡି କର୍ମୀମାନେ ପାରଳାଖେମୁଣ୍ଡି ସହରର ଫରେଷ୍ଟ ବଙ୍ଗଳା ଠାରୁ ଆରମ୍ଭ କରି ଉପଲଡା ଗ୍ରାମ ଠାରେ ହେଉଥିବା ସଭା ସ୍ଥଳରେ ପହଞ୍ଚିଥିଲେ ସଭାରେ ମଞ୍ଚାସୀନ ଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ଜିଲ୍ଲା ଯୁବ ସଭାପତି ଏସ୍‌.ଲିଙ୍ଗରାଜ, ଡ. ତିରୁପତି ପାଣିଗ୍ରାହୀ, ରୂପେଶ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ବାଲା ଧନଞ୍ଜୟ,

ଗୋଷାଣୀ ବ୍ଲକ ସଭାପତି ଈଶ୍ୱର ରାଓ,ଯୁବ ସଭପତି ପାଇଲା ନାଗେଶ୍ୱରରାଓ, ପୂବ ର୍ତନ ଜିଲ୍ଲା ସଭାପତି ବସନ୍ତ ଦାସ ପ୍ରମୁଖ ଆଜିର ଏହି ମିଶ୍ରଣ ପର୍ବରେ ଜିଲ୍ଲାପରିଷଦ ସଭ୍ୟା ଘରବାହୁଡା ହୋଇଥିବାର ଜଣାପଡିଛି ସେ ପୂର୍ବରୁ ବିଜେଡିରେ ଥିବାବେଳେ ଭାଜପାରେ ଯୋଗଦେଇଥିଲେ । ବର୍ତ୍ତମାନ ପୁଣି ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତାଙ୍କ ସହ ପ୍ରାୟ ଶତାଧିକ ଭାଜପା କର୍ମୀ ଯୋଗଦେଇଥିଲେ । ଏପରି ଭାବେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧ହଜାରରୁ ଉର୍ଦ୍ଧ ଲୋକେ ବିଭିନ୍ନ ଦଳତ୍ୟାଗ କରି ବିଜେଡିରେ ଯୋଗଦାନ କରିଛନ୍ତି । ଏପରି ବିପୁଳ ପରିମାଣରେ ଯୋଗଦେଇଥିବାକୁ ଦେଖି ସାଂସଦ ଶ୍ରୀ ସାହୁ କହିଥିଲେ ଯେ ବିଜେଡି ଦଳ ବହୁ ଆଗକୁ ଯିବ ଏଥିରେ ସନ୍ଦେହ ନାହିଁ ।

ଭାରତରେ ଅନ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁସରଣ କରୁଛନ୍ତି । ସେହିପରି କରୋନା କାଳରେ ଏକଲକ୍ଷରୁ ଉର୍ଦ୍ଧ ରକ୍ତଦାନ, ଅକ୍ସିଜେନ ଦାନ ଦେଶରେ ଉଦାହରଣ ସୃଷ୍ଟି କରିଛି । ନବୀନ ବାବୁଙ୍କ ଶୃଙ୍ଖଳିତ ଆଚରଣ, ଲୋକାଭିମୁଖୀ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବା ଆଦି ଓଡିଶା ରାଜ୍ୟ ଆଜି ଦେଶରେ ସର୍ବଶ୍ରେଷ୍ଠ ହୋଇପାରିଛି । ଅନ୍ୟତମ ଅତିଥି ସୁଧିର ଦାସ କହିଥିଲେ ଯେ ଆମ୍ଭ ଦଳ ଗୋଟିଏ ଶୃଙ୍ଖଳିତ ଦଳ ଅଟେ, ମିଛ କଥା କହି ଭୋଟ ମାଗିବା ଦଳର ଆଦର୍ଶ ନୁହେଁ ବୋଲି କହିଥିଲେ । ସେହିପରି ଡ.ତିରୁପତି ପାଣିଗ୍ରାହୀ ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଶାଶନ କାଳର ଉନ୍ନୟନ ମୂଳୟକ କାର୍ଯ୍ୟ ସମ୍ପର୍କରେ କହିଥିଲେ ।

Exit mobile version