ନର୍ଲାକୁ ଉପଖଣ୍ଡ ମାନ୍ୟତା ଦାବିରେ ନର୍ଲା ବିଧାୟକଙ୍କୁ ଦାବି ପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ଡିସେମ୍ବର ରବିବାର) କଳାହାଣ୍ଡି :- ନର୍ଲାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ନର୍ଲା ବ୍ଲକ୍ ପରିସରରେ ନର୍ଲା ବିଧାୟକ ଭୂପିନ୍ଦର ସିଂଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ଉପସ୍ଥିତିରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ସରପଞ୍ଚ ସଂଘ ସଭାପତି ଚିରଞ୍ଜିବୀ ଗୌଡିଆ,

ପରେଶ ପଧାନ,ଆଦିସ୍କନ୍ଦ ସଭାପତି ଦୁର୍ଯ୍ୟୋଧନ ମାଝୀ , ସର୍ଗୀଗୁଡ଼ା ପଞ୍ଚାୟତ ପୂର୍ବତନ ସରପଞ୍ଚ ହମେଶ୍ ଜୈନ୍, ନର୍ଲା ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ନାଏକ, କଂଗ୍ରେସ ଯୁବ ସଭାପତି ଦିପୁ ପାତ୍ର, ନର୍ଲା ବଣିକ ସଂଘ ସଭାପତି ଅଜୟ ପଣ୍ଡା, ଆଇନଜୀବୀ କୁବେର ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି ।

Exit mobile version