Home ଅପରାଧ ଘର ମାଲିକଙ୍କ ଅନୁପସ୍ଥିତିର ସୁଯୋଗ ନେଇ : ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ – ସୁନା ଗହଣା ଓ ନଗଦ ଟଙ୍କା ଚୋରି – କଳାହାଣ୍ଡି by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୯ ଡିସେମ୍ବର ରବିବାର) କଳାହାଣ୍ଡି :- ନର୍ଲା ଶିଶୁ ମନ୍ଦିର ଛକ ନିକଟରେ ନୂତନ ଭାବରେ ଗଢ଼ି ଉଠିଥିବା ବିନାୟକ ନଗରର ସମୀର ଗନ୍ତାୟତଙ୍କ ଘରୁ ଚୋରି ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଆଧାରରେ ଶ୍ରୀ ଗନ୍ତାୟତ ବିନାୟକ ନଗରରେ ଥିବା ନିଜ ଘରକୁ ତାଲା ପକାଇ ପାଞ୍ଚ ଦିନ ତଳେ ଦୁଇଝିଅ ଓ ପତ୍ନୀଙ୍କ ସହ କଟକ ଯାଇଥିଲେ । ଶନିବାର ଦିନ କଟକରୁ ଫେରିବା ପରେ ଦିନ ୧୧ଘଣ୍ଟା ସମୟରେ ଘରେ ପହଞ୍ଚିବା ପରେ ତାଙ୍କ ଘରର ୬ଟି ତାଲା ଭାଙ୍ଗି ଚୋରମାନେ ସବୁ ଲୁଟି ନେଇଥିବା ଦେଖିବାକୁ ପାଇ ହତବାକ ହୋଇଥିଲେ । ଚୋରମାନେ ଘରର ସମସ୍ତ ଆଲମାରୀ ଭାଙ୍ଗି ୨ ଭରି ସୁନା, ୧୨ ହଜାର ଟଙ୍କା ସହ ଘରର ଦରକାରୀ କାଗଜପତ୍ର ଚୋରି କରି ନେଇଥିବା ଜଣାପଡିଛି । ଏବାବଦରେ ଶ୍ରୀ ଗନ୍ତାୟତ ନର୍ଲା ଥାନାରେ ଅଭିଯୋଗ କରିଛନ୍ତି । କେଶ୍ ନମ୍ୱର ୨୫୯/୨୧ ଆଇପିସି ୪୫୭, ୩୮୦ରେ ଏକ ମାମଲା ରୁଜୁ କରିବା ସହ ତଦନ୍ତକାରୀ ପୁଲିସ୍ ଅଫିସର ତଥା ନର୍ଲା ଥାନାଧିକାରୀ ରେଣୁକା ସୁନା ଏହି ମାମଲା ହାତକୁ ନେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । Categories: ଅପରାଧ, ଓଡ଼ିଶା, କଳାହାଣ୍ଡି, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026