
ଓଡ଼ିଶା ତାଜା ନ୍ୟୁଜ୍ (୧୯ ଡିସେମ୍ବର ରବିବାର) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ସ୍ଥିତ ହିଙ୍ଗୁଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱତବ ଜାତୀୟ ସେବା ଯୋଜନା ଶିବିର ଉଦଘାଟିତ ହୋଇ ଯାଇଛି । ନିକଟସ୍ଥ ଖମଣ ଗ୍ରାମକୁ ମୁଖ୍ୟ ସେବାଗ୍ରାମଭାବେ ନିଆଯାଇଛି । ଏହା ୭ଦିନ ବ୍ୟାପୀ ହୋବାକୁ ଥିବା ଏହି ଶିବିର ଆଜିଠୁ ଆରମ୍ଭ ହୋଇ ୨୫ତାରିଖ ଶେଷ ହେବ । ଆଜି ଅନୁଷ୍ଠିତ ଶିବରକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପର୍ଶୁରାମ ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଭା ଅଧ୍ୟକ୍ଷ ଶ୍ରୀ ମଲ୍ଲିକଙ୍କ ସଭାପତିତ୍ୱରେ ହୋଇଥିଲା ବେଳେ ମୁଖ୍ୟଅତିଥିଭାବେ ପରିଚାଳନା ପରିଷଦର ପୂର୍ବତନ ସଭାପତି ଲକ୍ଷ୍ମୀଧର ସାହୁ ଯୋଗ ଦେଇଥିଲେ ।

