ସୁନ୍ଦରଗଡରୁ ଆସି ନୟାଗଡ ସହରାଞ୍ଚଳରେ ପହଁଞ୍ଚିଥିବା ୯ ଜଣଙ୍କୁ ବାଣ୍ଠପୁର ପଞ୍ଚାୟତ ର ଓସ୍ତିଆ ଆଶ୍ରମ ସ୍କୁଲ୍ ରେ କ୍ୱାରେଣ୍ଟାଇନରେ ରଖିଲା ଜିଲ୍ଲା ପ୍ରସାଶନ

ନୟାଗଡ ଜିଲ୍ଲା ,ରିପୋର୍ଟ-ରାମକୃଷ୍ଣ ରଥ ( ଓଡିଶା ତାଜା ନ୍ୟୁଜ୍‌ )କ୍ୱାରେଣ୍ଟାଇନରେ ରଖିଲା ଜିଲ୍ଲା ପ୍ରସାଶନ ,୫ ମଇ, ମଙ୍ଗଳବାର, :- ଆଜି ସକାଳୁ ସକାଳୁ ଏକ ବସ ସୁନ୍ଦରଗଡରୁ ଆସି ପହଁଞ୍ଚିଲା ନୟାଗଡ ସହରାଞ୍ଚଳରେ । ସେଥିରୁ ଓହ୍ଲାଇଲେ ୯ ଜଣ ସେମାନେ ମୁଖ୍ୟ ଟ୍ରାଫିକ ଛକରେ ବୁଲୁଥିବା ସମୟରେ ପୋଲିସ୍ ଏ .ଏସ ଆଇ. ଅଶୋକ ମହାନ୍ତିଙ୍କ ନଜରକୁ ଆସିଲେ । ଜିଲ୍ଲା ପ୍ରସାଶନ ସୁନ୍ଦରଗଡରୁ ଆସି ନୟାଗଡ ରେ ପହଁଞ୍ଚିଥିବା ୯ ଜଣଙ୍କୁ ବାଣ୍ଠପୁର ପଞ୍ଚାୟତ ର ଓସ୍ତିଆ ଆଶ୍ରମ ସ୍କୁଲ୍ ରେ କ୍ୱାରେଣ୍ଟାଇନରେ ରଖିଲା ଉକ୍ତ ଟାଉନ ଥାନାର ଶ୍ରୀଯୁକ୍ତ ମହାନ୍ତି ସେମାନଙ୍କ ସମ୍ବନ୍ଧରେ ଖୋଳତାଡ କରି ନୟାଗଡ ମ୍ୟୁନିସିପାଲିଟି କର୍ତ୍ତୁପକ୍ଷଙ୍କ ସମେତ ଜିଲ୍ଲା ପ୍ରସାଶନ ସହିତ ଫେରିଥିବା ଓଡିଆଙ୍କ ସୁବିଧା ସଂପର୍କରେ ବିଭିନ୍ନ ମାଧ୍ୟମରେ ଜଣାଇଲେ ।

ତୁରନ୍ତ ଘଟଣା ସ୍ଥଳରେ ଏଠାକାର ମ୍ୟୁନିସ୍ପାଲିଟ୍ ର ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ପୌର କର୍ମଚାରୀ ଉପସ୍ଥିତ ରହି ସମସ୍ତ ଭୋକିଲାଙ୍କୁ ସଙ୍ଗେ ସଙ୍ଗେ ଚା,ପାଣି ସହ ସୁଖିଲା ଖାଦ୍ୟ ପ୍ରଦାନ କରି ସେମାନଙ୍କର ସୁବିଧା କରୁଥିବା ବେଳେ ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ ଘଟଣାସ୍ଥଳରେ ତୁରନ୍ତ ପହଁଞ୍ଚି ଫେରନ୍ତାଙ୍କ ସମ୍ପର୍କରେ ଛାନଭିନ୍ କରିବା ସହ ସେମାନଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇ ଦେବାସହ ତୁରନ୍ତ ଏକ ମାର୍ଶାଲ ଗାଡିର ବ୍ୟବସ୍ଥା କରି ନୟାଗଡ ଜିଲ୍ଲାର ଓଡଗାଁ ବ୍ଲକର ଓସ୍ତିଆ ଆଶ୍ରମ ସ୍କୁଲରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇଥିବା ଜଣାପଡିଛି ।

Exit mobile version