ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗୀତା ଜୟନ୍ତୀ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ଡିସେମ୍ବର ରବିବାର) ବରଗଡ଼ :- ବରଗଡ଼ ଆରଟିଓ ଅଫିସ୍ ନିକଟସ୍ଥ ହନୁମାନ ମନ୍ଦିର ପ୍ରାଙ୍ଗଣରେ ରେ ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଗୀତା ଜୟନ୍ତୀ (ସୌର୍ୟ ଦିବସ) ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ କୁ ଜିଲ୍ଲା ସଂଯୋଜକ ରାଜେଶ ବନ୍ଛୋର ସଂଯୋଜନା କରିଥିଲାବେଳେ ମୁଖ୍ଯ ଅତିଥି ଭାବେ ଭବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ସଭାପତି ନିଧୁବନ ବିହାରୀ ପଣ୍ଡା, ସମ୍ମାନନୀୟ ଅତିଥି ଭାବେ ବଜରଙ୍ଗ ଦଳ ପ୍ରାନ୍ତିୟ ସହ ସଂଯୋଜକ କିଶୋର ବିଭାର, ପ୍ରାନ୍ତିୟ ସୁରକ୍ଷା ପ୍ରମୁଖ ଅଶ୍ବିନୀ ମେହେର ଯୋଗ ଦେଇଥିଲେ ।

ଶେଷରେ ଭିଏଚପିର ଜିଲ୍ଲା ସମ୍ପାଦକ ଭୂବନେଶ୍ୱର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ସଂଗଠନର ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହେବା ସହ ଧର୍ମ, ସଂସ୍କୃତି ତଥା ରାଷ୍ଟ୍ର ର ରକ୍ଷା ହେତୁ ଆଗାମୀ ଦିନରେ ବହୁ ସଂଖ୍ୟାରେ ହିନ୍ଦୁ ଯୁବକ ମାନେ କିପରି ସଂଗଠନ ରେ ଯୋଡ଼ି ହୋଇ ପାରିବେ ତାହା ସଂକଳ୍ପ ନେଇଥିଲେ।

Exit mobile version