ଶହ ଶହ ଲୋକଙ୍କ ଙ୍କ ଗମନା ଗମନ ସମସ୍ୟା ଦୂର କଲେ – ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଡିସେମ୍ବର ଶନିବାର) ନୂଆଗାଁ :- ଅଞ୍ଚଳ ର ବିକାଶ ପାଇଁ ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା । ଏହାର ଏକ ଜ୍ୱଳନ୍ତ ଉଦାହରଣ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ପଞ୍ଚାୟତ ରେ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ୫୭ ନଂ ଜାତୀୟ ରାଜପଥ ସୋରଡ଼ା ଠାରୁ ଗୌଡ ଚାଞ୍ଚରା ପଲ୍ଲୀ ଆର୍ ଡି ରାସ୍ତା ଉପରେ ନିର୍ଭର କରି ଶହ ଶହ ଲୋକ ଯାତାୟାତ କରିଥାନ୍ତି ।

କିନ୍ତୁ ବହୁ ବର୍ଷ ହେବ ରାସ୍ତାର ଅବସ୍ଥା ଦୟନୀୟ ହୋଇଯାଇଥିବା ସହ ଗତ ବର୍ଷ ଜଗନ୍ନାଥ ପ୍ରସାଦ ପୋଲ ଭାଙ୍ଗି ଯାଇଥିଲା । ଯାହା ଫଳରେ ସୋରଡ଼ା ପଞ୍ଚାୟତ ଓ ସିକ୍ରିଡା ପଞ୍ଚାୟତ ର ଶହ ଶହ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ସମସ୍ୟା ଦୂର ହୋଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଏହି ଆର୍ ଡି ରାସ୍ତା ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version