ବନ ବିଭାଗ ର ଚଢ଼ାଉ : ୨୦ ହଜାର ଟଙ୍କାର ଶାଳ ଲଗ୍ ଜବତ – ନୂଆଗାଁ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ଡିସେମ୍ବର ଶନିବାର) ନୂଆଗାଁ :- ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ମହିତମା ସେକ୍ସନ ଅଧିନରେ ନଇତଇଲା ଜଙ୍ଗଲ ନିକଟରେ ବନ ବିଭାଗ ଚଢ଼ାଉ କରି ୧୦ ଟି ଶାଳ ଲଗ୍ ସହିତ ୩ ଟି ଶାଳ ପୋଲ ଜବତ କରିଛି । କାଠ କଟା ହୋଇଥିବା ନେଇ କୌଣସି ମତେ ଖବର ପାଇ ବନପାଳ ରାକେଶ କୁମାର ସାହୁ ,

ବନରକ୍ଷୀ ଶ୍ରୀକାନ୍ତ ନାୟକ ଓ କର୍ମଚାରୀ ଙ୍କୁ ନେଇ ଚଢ଼ାଉ କରି ଶାଳ ଲଗ୍ ଓ ପୋଲ ଗୁଡ଼ିକୁ ମହିତମା ସେକ୍ସନ କୁ ଆଣିଥିଲେ । ଯାହାର ମୂଲ୍ୟ ୨୦ ହଜାର ଟଙ୍କା ହେବ ବୋଲି ବାନପାଳ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ବନ ବିଭାଗ ର ଏଭଳି ଚଢ଼ାଉ ଦ୍ଵାରା କାଠ ମାଫିଆ ମାନଙ୍କ ମଧ୍ୟରେ ଛନକା ସୃଷ୍ଟି ହୋଇଛି ।

 

Exit mobile version