Home ଓଡ଼ିଶା ଓଡ଼ିଶା ନାଗରିକ ସମାଜର ଦାବି : ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପାଉ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୮ ଡିସେମ୍ବର ଶନିବାର) ଭୁବନେଶ୍ୱର :- ଓଡ଼ିଶା ନାଗରିକ ସମାଜର ୧୨ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ‘ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ’ ଶୀର୍ଷକ ଆଲୋଚନା ଚକ୍ରରେ ରାଜ୍ୟର ବହୁ ବୁଦ୍ଧିଜୀବୀ, ଐତିହାସିକ, ଗବେଷକ, ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀ ଯୋଗଦେଇ ତାଙ୍କର ସୁଚିନ୍ତିତ ମତାମତ ଦେଇଥିଲେ । ଓଡ଼ିଶା ନାଗରିକ ସମଜାର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଐତିହାସିକ ପ୍ରଫେସର ନାରାୟଣ ରାଓ ମତବ୍ୟକ୍ତ କରି କହିଥିଲେ ଯେ, ଓଡ଼ିଶା ପାଇକ ବିଦ୍ରୋହ ଯେ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ, ଏ ନେଇ ଅନେକ ଗବେଷଣାତ୍ମକ ତଥ୍ୟ ରହିଛି ଏବଂ ଏହାକୁ ଗବେଷଣା ପରିଷଦରେ ସଠିକ୍ ଭାବରେ ଉପସ୍ଥାପନ କରି ପ୍ରମାଣିତ କରିବାର ଆବଶ୍ୟକତା ରହିଛି । ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ମାନ୍ୟତା ଦେବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ଓଡ଼ିଆ ଏକବଦ୍ଧ ହୋଇ ଆଗେଇ ଆସିବା ଉଚିତ୍ ବୋଲି ମୁଖ୍ୟ ଅତିଥି ଖଣ୍ଡପଡ଼ା ବିଧାୟକ ଓ ସମ୍ବାଦର ସମ୍ପାଦକ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନେତା ଶ୍ରୀ ପ୍ରସାଦ ହରିଚନ୍ଦନ ଓଡ଼ିଆ ଜାତିର ବୀରତ୍ୱ ଓ ଐତିହ୍ୟର ସ୍ମୃତି ରୋମନ୍ଥନ କରିଥିଲେ । ଲଢୁଆ ଓଡ଼ିଆ ଜାତି କେବେ ଶୋଇନାହିଁ କି ଶୋଇବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପାଇକ ବିଦ୍ରୋହ ଯେ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଗଣବିଦ୍ରୋହ ଏହା ଦୃଢ ଭାବେ କହିଥିଲେ । ପୂର୍ବତନ ସାଂସଦ ଶ୍ରୀ ବ୍ରଜକିଶୋର ତ୍ରିପାଠୀ ଓ ଓଡ଼ିଶା ନାଗରିକ ସମାଜର ମୁଖ୍ୟ ଉପଦେଷ୍ଟା ଡଃ ଭଗବାନ ପ୍ରକାଶଙ୍କ ସୁଚିନ୍ତିତ ମାର୍ଗ ଦର୍ଶନରେ ଏହି ଦାବୀ ପୂରଣ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ଏବଂ ଆବଶ୍ୟକସ୍ଥଳେ ଏହା ଏକ ଆନ୍ଦୋଳନରେ ପରିଣତ କରାଯିବାର ପ୍ରସ୍ତାବ ମଧ୍ୟ ଦେଇଥିଲେ । ଏହି ଅବସରରେ ଐତିହାସିକ ପ୍ରଫେସର ନାରାୟଣ ରାଓ, ରିକ୍ସାଚାଳକଙ୍କୁ ସମସ୍ତ ସମ୍ପତ୍ତି ଦାନ କରି ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଥିବା ଶ୍ରୀମତୀ ମିନତୀ ପଟ୍ଟନାୟକ ଓ ନାଲ୍କୋର ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ଶଶୀଭୂଷଣ ନାୟକଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଶୋଭନୀୟ ଶିକ୍ଷାଶ୍ରମର କୁନି କୁନି ଝିଅମାନେ ନୃତ୍ୟ ପରିବେଷଣ କରିଥିଲେ । ଓଡ଼ିଶା ନାଗରିକ ସମାଜର ଉପସଭାପତି ଡଃ ରୀନା ରାଉତରାୟଙ୍କ ସଂଯୋଜନାରେ ପରିଚାଳିତ ଏହି କାର୍ଯ୍ୟକ୍ରମ ପ୍ରରମ୍ଭରେ ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ମଜୋନ ଜେନା ଓଡ଼ିଶା ନାଗରିକ ସମାଜର ଦୀର୍ଘ ବାରବର୍ଷର ଯାତ୍ରା, ସଂଘର୍ଷ ଓ ସଫଳତା ଉପରେ ଆଲୋକପାତ କରିଥିଲେ । ଲିଲି ଜେନାମଣି ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ଓ ଶେଷରେ ଶ୍ରୀ ଭକ୍ତଚରଣ ଧନ୍ୟବାଦ ଅର୍ପଣ କରିଥିଲେ । ଅପର୍ଣ୍ଣା ନାୟକ, ଡଃ ଅରୁନ୍ଧତୀ ଦେବୀ, ଆଇନଜୀବୀ ବୀର କିଶୋର ନାୟକ, ଶ୍ରୀ ଦିଲ୍ଲୀପ ହରିଚନ୍ଦନ, ମାନସ ଜେନା, ସଞ୍ଜୟ ପଟ୍ଟନାୟକ, ପ୍ରମୋଦ ସାମନ୍ତରାୟ, ଜ୍ୟୋତ୍ସ୍ନା ଦାସ, ବାସୁଦେବ ଭଟ୍ଟ ପ୍ରମୁଖଙ୍କ ପରିଚାଳନାରେ ବହୁ ବୁଦ୍ଧିଜୀବୀ ଯୋଗ ଦେଇ ସେମାନଙ୍କର ସୁଚିନ୍ତିତ ପରାମର୍ଶ ଦେଇଥିଲେ । Categories: ଓଡ଼ିଶା, ମହାନଗର, ହୋମ୍ Related Content ଭୁବନେଶ୍ୱରରେ ବେଆଇନ ଭେଣ୍ଡିଙ୍ଗ ଜୋନ ନେଇ ବଢୁଛି ପ୍ରଶ୍ନ - କାହା ସ୍ୱାର୍ଥରେ ଚାଲିଛି ନିର୍ମାଣ? by Proprietor Abhimanyu Maharana June 22, 2026 ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ by Proprietor Abhimanyu Maharana June 22, 2026 ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ by Proprietor Abhimanyu Maharana June 22, 2026 ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ by Proprietor Abhimanyu Maharana June 22, 2026 ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ by Proprietor Abhimanyu Maharana June 22, 2026 ତିନିରଥର ବଡକଳସ ପେଣ୍ଡୀରେ ପାପକାର୍ଯ୍ଯ ଓ ୩୨ ଗୋଟି ପାଖୁଡା ନିର୍ମାଣ କାର୍ଯ୍ଯ ଶେଷ by Proprietor Abhimanyu Maharana June 22, 2026