Home ଓଡ଼ିଶା କୃଷକ ଉତ୍ପାଦକ ସଂଗଠନ ମଧ୍ୟରେ ମଧ୍ୟସ୍ଥି ସୃଷ୍ଟି ହେବା ଉଚିତ ନୁହେଁ : ମନ୍ତ୍ରୀ ଡ. ଅରୁଣ କୁମାର ସାହୁ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା କୃଷକ ଉତ୍ପାଦକ ସଂଗଠନ ସମାବେଶ : ୨୦୨୧ ଆୟୋଜିତ ଓଡ଼ିଶା ତାଜା ନ୍ୟୁଜ୍ (୧୮ ଡିସେମ୍ବର ଶନିବାର) ଭୁବନେଶ୍ୱର :- କୃଷକର ଆୟବୃଦ୍ଧି ହେଉଛି କୃଷକ ଉତ୍ପାଦକ ସଂଗଠନର ଉଦ୍ଦେଶ୍ୟ । ମଧ୍ୟସ୍ଥି ବ୍ୟବସ୍ଥାର ଉଚ୍ଛେଦ କରି କୃଷକକୁ ତା’ ର ଉତ୍ପାଦର ସଠିକ୍ ମୂଲ୍ୟ ପ୍ରଦାନ ସଂଗଠନର ମୂଳଲକ୍ଷ୍ୟ ହୋଇଥିବାବେଳେ କୃଷକ ଉତ୍ପାଦକ ସଂଗଠନ ମଧ୍ୟରେ ମଧ୍ୟସ୍ଥି ସୃଷ୍ଟି ହେବା ଆଦୌ ଉଚିତ ନୁହେଁ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ହଲ୍ରେ ଓଡ଼ିଶା କୃଷକ ଉତ୍ପାଦକ ସଂଗଠନ ସମାବେଶ-୨୦୨୧ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ଉପରୋକ୍ତ ମର୍ମରେ ଉଲ୍ଲେଖ କରିଛନ୍ତି । କୃଷକ ଉତ୍ପାଦକ ସଂଗଠନର ସଫଳତା ଓ କୃଷକମାନଙ୍କ ଆୟ ବହୁଗୁଣିତ ହେବା ପାଇଁ ବ୍ୟାଙ୍କ ମାଧ୍ୟମରେ ପୁଂଜିନିବେଶ ସହାୟତା, ବଜାର ସୁବିଧା, ମଧ୍ୟସ୍ଥି ଉଚ୍ଛେଦ, ସରକାରୀ ପ୍ରୋତ୍ସାହନ ଓ ସହାୟତା, ଯୋଗାଯୋଗ, ଫସଲ ବିବିଧିକରଣ ପଦ୍ଧତି ଅବଲମ୍ବନ ଆଦି ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଉପରସ୍ତରର ଲୋକମାନେ ଖାଦ୍ୟଦ୍ରବ୍ୟର ବ୍ୟବହାର କଲାବେଳେ ଏଥିରେ ସଂପୃକ୍ତ ଚାଷୀର କଷ୍ଟକୁ ଅନୁଭବ କଲେ ସେମାନେ ଚାଷୀକୁ ଉଚିତ ସମ୍ମାନ ଦେଇପାରିବେ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । କୃଷକ ଉତ୍ପାଦକ ସଂଗଠନ (ଏଫ୍ପିଓ) ଏବଂ ହିତାଧିକାରୀମାନଙ୍କ ମଧ୍ୟରେ ଏକ ଅନୁକୂଳ ପରିମଣ୍ଡଳ ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ମଞ୍ଚ ପ୍ରତିଷ୍ଠା ପାଇଁ ଏହି ସମାବେଶ ଏକ ପଦକ୍ଷେପ ା କୃଷକ ଉତ୍ପାଦକ ସଂଗଠନ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ କରିବା ସହ ସଂଗଠନର ଦୃଢ଼ୀକରଣ ପାଇଁ ଏକ କେନ୍ଦ୍ରୀଭୂତ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ୱାରା ଏହି ସମାବେଶ ଆୟୋଜନ କରାଯାଇଛି । କୃଷକ ଉତ୍ପାଦକ ସଂଗଠନ (ମୁଖ୍ୟତଃ କ୍ଷୁଦ୍ର ଓ ନାମମାତ୍ର ଚାଷୀ) କୃଷି କ୍ଷେତ୍ରରେ ଉପୁଜିଥିବା ସମସ୍ୟାର ସମାଧାନ ଦିଗରେ ଏକ ବଳିଷ୍ଠ ମାଧ୍ୟମ ହିସାବରେ ଉଭା ହୋଇଛି, ଯାହାକି ପୁଂଜିନିବେଶ ପାଇଁ ପ୍ରୟାସ, ବୈଷୟିକ ଉପଯୋଗ ଓ ବିପଣନ ଦିଗରେ ସହାୟକ ହେବ । ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଣୀତ କୃଷକ ଉତ୍ପାଦକ ସଂଗଠନ ୨୦୧୮ ନୀତି-ଏକ ଅନନ୍ୟ କାର୍ଯ୍ୟକ୍ରମ ଯାହାକି କୃଷକ ଉତ୍ପାଦକ ସଂଗଠନ ସଂପ୍ରସାରଣ ଓ ଦୃଢ଼ୀକରଣରେ ସହାୟକ ହେବ । ବର୍ତ୍ତମାନ ସରକାରଙ୍କ ବିିଭିନ୍ନ କୃଷି ଓ ଉଦ୍ୟାନ କୃଷି ସମ୍ବନ୍ଧୀୟ ଯୋଜନା ଅନ୍ତର୍ଗତ ୧୦ ହଜାର କୃଷକ ଉତ୍ପାଦକ ଗୋଷ୍ଠୀର ଗଠନ ଓ ବୃଦ୍ଧି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ରୁ ଅଧିକ କୃଷକ ଉତ୍ପାଦକ ସଂଗଠନ ଗଠିତ ହୋଇ ସରକାରୀ ସହାୟତା ପାଉଛନ୍ତି । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ନାବାର୍ଡ ଓ କ୍ଷୁଦ୍ରଚାଷୀମାନଙ୍କର କୃଷି ବ୍ୟବସାୟିକ ସଂଗଠନ ସହ ୪୫୦ରୁ ଊଦ୍ଧ୍ୱର୍ କୃଷକ ଉତ୍ପାଦକ ସଂଗଠନ ପଂଜୀକୃତ ହୋଇଛନ୍ତି । କେନ୍ଦ୍ର ଯୋଜନା ଅନ୍ତର୍ଗତ ୧୦ ହଜାର କୃଷକ ଉତ୍ପାଦକ ସଂଗଠନର ବିରଚନା ଓ ସଂପ୍ରସାରଣ କାର୍ଯ୍ୟକ୍ରମରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୪୧ଟି କୃଷକ ଉତ୍ପାଦକ ସଂଗଠନ ବିରଚିତ ହୋଇଛି, ଯେଉଁଥିରୁ କି ନାବାର୍ଡ, ନାଫେଡ୍, କ୍ଷୁଦ୍ରଚାଷୀ କୃଷି ବ୍ୟବସାୟିକ ସଂଗଠନ, ଜାତୀୟ ସମବାୟ ବିକାଶ ନିଗମ ଓ ଗ୍ରାମ୍ୟ ମୂଲ୍ୟଶୃଙ୍ଖଳ ବିକାଶ ସଂସ୍ଥା ସହ ୧୨୦ଟି କୃଷକ ଉତ୍ପାଦକ ସଂଗଠନ ପଂଜୀକୃତ ହୋଇଅଛି । ଏହି ସମାବେଶରେ ଓଡ଼ିଶାର ୩୦ ଜିଲ୍ଲାରୁ ଶତାଧିକ କୃଷକ ଉତ୍ପାଦକ ସଂଗଠନ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ୭ଟି ଜିଲ୍ଲାର ୧୦ଟି କୃଷକ ଉତ୍ପାଦକ ସଂଗଠନ ଦ୍ୱାରା ମୂଲ୍ୟଯୁକ୍ତ ଉତ୍ପାଦର ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ଏହି ସମାବେଶ ପାଇଁ ତଥା ଉଦ୍ୟାନକୃଷି ନିର୍ଦ୍ଦେଶାଳୟକୁ େୱବ୍ପୋର୍ଟାଲ http://fpoodisha.nic.in ଲୋକାର୍ପଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ମନ୍ତ୍ରୀ ଡ. ସାହୁଙ୍କ କରକମଳରେ ଉନ୍ମୋଚିତ ଏହି ପୋର୍ଟାଲ ରାଜ୍ୟର ସମସ୍ତ କୃଷକ ଉତ୍ପାଦକ ସଂଗଠନ ପାଇଁ ଏକ ବୈଦୁ୍ୟତିକ ମଞ୍ଚ, ଯାହାକି ଏକକ ବାତାୟନ ସେବା ପ୍ରଦାନ କରିବ । ଭଲ ବଜାର ପ୍ରବେଶୀକରଣକୁ ଦୃଢ଼ୀକରଣ, ଅନ୍ୟ ଯୋଜନା ସହ ମିଶ୍ରଣ ଓ ସେମାନଙ୍କ କାର୍ଯ୍ୟଶୈଳୀର ପରିମାପକ ପାଇଁ ବୈଦୁ୍ୟତିକ ପ୍ରଣାଳୀର ଉପଯୋଗ ସକାଶେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ବିଲ୍ ଓ ମିଲିଣ୍ଡା ଗେଟ୍ ସଂସ୍ଥା ସହ ଅନୁବନ୍ଧିତ ହୋଇଛି । ଏହି ସମାବେଶରେ ତିିନିଟି ବ୍ୟବସାୟିକ ଅଧିବେଶନ ଅନୁଷ୍ଠିତ ହୋଇ ବିଶାରଦମାନଙ୍କ ସହ ଆଲୋଚନାପୂର୍ବକ ଉପୁଜିଥିବା ସମସ୍ୟାର ଉପସ୍ଥାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତି୍ରପାଠୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ, ନାବାର୍ଡର ମୁଖ୍ୟ ସାଧାରଣ ପରିଚାଳକ ସି. ଉଦୟ ଭାସ୍କର ପ୍ରମୁଖ ଯୋଗଦେଇଥିଲେ । ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ କୃଷି ଓ ଖାଦ୍ୟ ଉତ୍ପାଦର ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର ଧନ୍ୟବାଦ ଅର୍ପଣ କରିଥିଲେ । ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ, ଓର୍ମାସ୍, ଆଦିବାସୀ ଉନ୍ନୟନ ସମବାୟ ନିଗମ, ଓପିଇଏଲ୍ଆଇପି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଓଡ଼ିଶା ରାଜ୍ୟ ବିହନ ନିଗମ, ନାଫେଡ୍, ମାର୍କଫେଡ୍, ଓଡ଼ିଶା ରାଜ୍ୟ ବିପଣନ ବୋର୍ଡ, ଆପିକଲ୍, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧିକାରୀବୃନ୍ଦଙ୍କ ସହ ମଦର ଡାଏରୀ, ବିଶ୍ୱବ୍ୟାଙ୍କ, ବିଶ୍ୱ ଖାଦ୍ୟ ଯୋଜନା, ସମୁନ୍ନତି, ଟାନେଜର ଇଣ୍ଟରନ୍ୟାସନାଲ୍, ପାଲାଡିଅମ୍, ଜାଭିଅର୍ ବିଶ୍ୱବିଦ୍ୟାଳୟ, ଶିକ୍ଷା ଓ ଅନୁସନ୍ଧାନ, କିଟ୍, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବୁଦ୍ଧିଜୀବୀ ଓ ବିଶାରଦମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । Categories: ଓଡ଼ିଶା, ମହାନଗର, ହୋମ୍ Related Content ଟିପିଏସ୍ଓଡିଏଲ୍ ତରଫରୁ କୋରାପୁଟ ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ by Proprietor Abhimanyu Maharana October 17, 2026 ଭୁବନେଶ୍ୱରରେ ‘ସ୍ୱଚ୍ଛତା ଉତ୍ସବ’ ର ଭବ୍ୟ ଆୟୋଜନ by Proprietor Abhimanyu Maharana October 17, 2026 Bhubaneswar hosts Swachhata Utsaba in Grandeur by Proprietor Abhimanyu Maharana October 17, 2026 TPSODL Flags Off Solar Rath in Koraput by Proprietor Abhimanyu Maharana October 17, 2026 ରଣପୁର ଏନଏସି ରେ ସ୍ବଚ୍ଛତା ହିଁ ସେବା ୨୦୨୬ ର ଉଦଯାପନୀ ଉତ୍ସବ by Proprietor Abhimanyu Maharana October 17, 2026 ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ by Proprietor Abhimanyu Maharana October 17, 2026