୧୧ଦଫା ଦାବି ରେ ଆଶା କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଡିସେମ୍ବର ଶୁକ୍ରବାର) ବରଗଡ଼ :- ଦୀର୍ଘ ୧୬ ବର୍ଷ ଧରି ଲୋକଙ୍କ ସେବା କରି ଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ତାଙ୍କ ପ୍ରତି ନ୍ୟାୟ ପ୍ରଦାନ କରିନାହାନ୍ତି । ମହାମାରୀ କରୋନା ସମୟରେ ମଧ୍ୟ ସେମାନେ ଜୀବନ କୁ ବାଜି ଲଗାଇ କାର୍ଯ୍ୟ କରିଛନ୍ତି । ତେବେ ତାଙ୍କ ଦରମା କି କୈାଣସି ପ୍ରୋତ୍ସାହନ ସହାୟତା ଠିକ୍ ଭାବରେ ଦିଆଯାଉନାହିଁ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମେଚି° ଗ୍ରାଣ୍ଡରେ କେବଳ ମାସିକ ୩୫୦୦ ଟଙ୍କାରେ କାର୍ଯ୍ୟ କରୁଛନ୍ତି। ଯେଉଁ ଥିରେ ଆଜି ଚଳିବା ସମ୍ଭବପର ନୁହେଁ ।

ଏହାର ପ୍ରତିବାଦରେ ଆଜି ବରଗଡ଼ ଜିଲ୍ଲା ଆଶା କର୍ମୀ ସାମୁଖ୍ୟ ପକ୍ଷରୁ ୧୧ ଦଫା ଦାବିରେ ବରଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୧୧ ଦଫା ଦାବି ମଧ୍ୟରେ ଆଶା କର୍ମୀମାନଙ୍କୁ ସରକାରୀ ମାନ୍ୟତା ସହ ମାସିକ ୧୦ ହଜାର ଟଙ୍କା ଦରମା,ଆଶା କର୍ମୀମାନଙ୍କୁ ସ୍ବାସ୍ଥ୍ୟ ବୀମା ଯୋଜନା ସାମିଲ୍ କରିବା,ଅବସର କାଳୀନ ୨ଲକ୍ଷ ଟଙ୍କା ପ୍ରୋତ୍ସାହନ ସହାୟତା ଯୋଗାଇ ଦେବା,କରୋନା ମହାମାରୀ କାର୍ଯ୍ୟ ପାଇଁ ମାସିକ ୩ହଜାର ଟଙ୍କା ପ୍ରଦାନ ଆଦି ଦାବି ରହିଥିଲା ।

ଏହି ଅବସରରେ ଆଶା କର୍ମୀ ସାମୁଖ୍ୟ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ପରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ବରଗଡ଼ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମାଝୀ ଙ୍କ ନେତୃତ୍ବରେ ଶତାଧିକ କର୍ମୀ ଏଥିରେ ସାମିଲ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରଗଡ଼ ଜିଲ୍ଲା ସମ୍ପାଦିକା ସ୍ବପ୍ନା ନନ୍ଦ, ପଶ୍ଚିମ ଓଡ଼ିଶା ସମ୍ପାଦିକା ରୀତା ବେହେରା ଏବଂ ପଶ୍ଚିମ ଓଡ଼ିଶା ସଂଯୋଜକ ସରୋଜ ଭୁୟାଁ ଉପସ୍ଥିତ ଥିଲେ ।

Exit mobile version