ଜିନ୍ଦଲ ଷ୍ଟେନଲେସ ପ୍ରଚଳନ କଲା ପ୍ରଥମ ବ୍ରାଣ୍ଡେଡ୍‍ ଚେକର୍ଡ ଷ୍ଟେନଲେସ ଷ୍ଟିଲ ସିଟ୍‍ ‘ଇନଫିନିଟି’

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଡିସେମ୍ବର୨୦୨୧ ) ଭୁବନେଶ୍ୱର :- ଭାରତର ସର୍ବବୃହତ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସ ଭାରତର ପ୍ରଥମ ହଟ୍‍ ରୋଲ୍‍ଡ ଷ୍ଟେନଲେସ ଷ୍ଟିଲ ଚେକର୍ଡ ସିଟ୍‍ ‘ଜିନ୍ଦଲ ଇନଫିନିଟି’ ବ୍ରାଣ୍ଡ୍‍ ନାମରେ ପ୍ରଚଳନ କରିଛି । ସିଆଇଆଇ ଦ୍ୱାରା ଆୟୋଜିତ ଇରନ୍ୟାସନାଲ ରେଲୱେ ଇକ୍ୱିପମେ  ଏକ୍‍ଜିବିସିନ ୨୦୨୧ ଅବସରରେ ଏହି ଉତ୍ପାଦର ବଜାର ପ୍ରବେଶ କରାଯାଇଛି । ଜିନ୍ଦଲ ପକ୍ଷରୁ ମିଳିତ ଭାବରେ ବ୍ରାଣ୍ଡିଂ କରାଯାଇଥିବା ଷ୍ଟେନଲେସ ଷ୍ଟିଲ ପାଇପ ଏବଂ ଟ୍ୟୁବ ଉତ୍ପାଦକୁ ଜିନ୍ଦଲ ସାଥୀ ବ୍ରାଣ୍ଡ୍‍ ନାମରେ ବଜାର ପ୍ରବେଶ କରାଯିବା ପରେ ବ୍ରାଣ୍ଡେଡ୍‍ ଉତ୍ପାଦ ବର୍ଗରେ ଏହା ଜିନ୍ଦଲ ଷ୍ଟେନଲେସର ଦ୍ୱିତୀୟ ପ୍ରୟାସ ହୋଇଛି । ଇନଫିନିଟିର ପ୍ରଚଳନ ସହିତ କମ୍ପାନୀ ଆଗାମୀ ୩ ବର୍ଷ ମଧ୍ୟରେ ୨୦% ବଜାର ଅଂଶ ଦଖଲ କରିବାକୁ ଲକ୍ଷ୍ୟ ରଖିଛି, ଏବଂ ଏହାଦ୍ୱାରା ଅଧିକ ୫୦୦ କୋଟି ଟଙ୍କାର ବ୍ୟବସାୟିକ ସାମର୍ଥ୍ୟ ସୃଷ୍ଟିହୋଇପାରିବ ।

ଶିଳ୍ପର ଆକଳନ ଅନୁଯାୟୀ ଭାରତରେ ସଂପ୍ରତି ଚେକର୍ଡ ସିଟ୍‍ ବଜାର ବାର୍ଷିକ ୨,୦୦,୦୦୦ ଟନ୍‍ ରହିଛି ଏବଂ ବାର୍ଷିକ ଏଥିରେ ୮% ବୃଦ୍ଧି ଘଟୁଛି । ‘ଇନଫିନିଟି’ର ବଜାର ପ୍ରବେଶ ଅବସରରେ ପ୍ରକାଶ କରି ଜିନ୍ଦଲ ଷ୍ଟେନଲେସ୍‍ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, “ଆମର ବ୍ରାଣ୍ଡେଡ୍‍ ଷ୍ଟେନଲେସ ଷ୍ଟିଲ ଚେକର୍ଡ ସିଟ୍‍ ପ୍ରଚଳନ, ଶେଷ ବ୍ୟବହାରକାରୀଙ୍କ ପାଇଁ ମାନଗତ ସଚେତନତା ଆଣିଦେବା ଦିଗରେ ଆଉ ଏକ ପଦକ୍ଷେପ ହୋଇଛି । ଆଗାମୀ କିଛିବର୍ଷ ମଧ୍ୟରେ ଆମେ ଏହି ବ୍ରାଣ୍ଡ୍‍ର ବାର୍ଷିକ ବିକ୍ରି ୪୦ ହଜାର ଟନ୍‍ ହାସଲ କରିବା ଲକ୍ଷ୍ୟ ରଖିଛୁ ।

ସୂଚନାଯୋଗ୍ୟ ଯେ ଚେକର୍ଡ ସିଟ୍‍ ପରିବହନ ଏବଂ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଉଛି ଏବଂ ଷ୍ଟେନଲେସ ଷ୍ଟିଲ ଚେକର୍ଡ ସିଟ୍‍ ଉଲ୍ଲେଖନୀୟ ଭାବରେ ଉଚ୍ଚ ଗୁଣମାନର ହୋଇଥିବାରୁ ଏହି ବର୍ଗରେ ବ୍ୟବସାୟିକ ଦୃଶ୍ୟପଟ୍ଟରେ ନିଶ୍ଚିତ ଭାବରେ ପରିବର୍ତ୍ତନ ଆଣିବ ।” ନୂଆ ଷ୍ଟେନଲେସ ଷ୍ଟିଲ ଚେକର୍ଡ ସିଟ୍‍ ଉଚ୍ଚମାନର ୪୦୯ଏମ ଗ୍ରେଡ ଷ୍ଟେନଲେସ ଷ୍ଟିଲରୁ ତିଆରି କରାଯାଉଛି । ଦକ୍ଷିଣ ଆଫ୍ରିକାର ଡିଭିଜନ ଅଫ ମ୍ୟାଟେରିଆଲ୍ସ, ସାଇନ୍ସ ଆଣ୍ଡ ଟେକ୍‍ନୋଲୋଜି, ସିଏସଆଇଆର ପକ୍ଷରୁ କରାଯାଇଥିବା ଅଧ୍ୟୟନ ଅନୁଯାୟୀ ଏହି ଗ୍ରେଡ୍‍ର ଷ୍ଟେନଲେସ ଷ୍ଟିଲରୁ ପ୍ରସ୍ତୁତ କରାଯାଉଥିବା ସିଟ୍‍ଗୁଡିକ ମାଇଲ୍ଡ ଷ୍ଟିଲରେ ନିର୍ମିତ ସିଟ୍‍ଗୁଡିକ ତୁଳନାରେ ୧୫୦ ଗୁଣରୁ ଅଧିକ କ୍ଷୟ ନିରୋଧୀ ।

ଏହାର ଚିରାଫଟା ନିରୋଧୀ ସାମର୍ଥ୍ୟ ୫ ଗୁଣ ଅଧିକ ଏବଂ ପଦାର୍ଥର ମୋଟେଇ କମ୍‍ ରହୁଥିବାରୁ ଏହା ୩୦% କମ୍‍ ଓଜନ ବିଶିଷ୍ଟ ହୋଇଛି । ଏହି ସମସ୍ତ ଗୁଣ ଷ୍ଟେନଲେସ ଚେକର୍ଡ ସିଟ୍‍କୁ ଯେକୌଣସି ବ୍ୟବହାର ନିମନ୍ତେ ଯଥେଷ୍ଟ ଅଧିକ ଉନ୍ନତ ଏବଂ ମୂଲ୍ୟ ସଂଚୟକାରୀ ବିକଳ୍ପ କରି ଗଢିତୋଳୁଛି । ପରିବହନ କ୍ଷେତ୍ରରେ ଯାନବାହନ ଓଜନ ହ୍ରାସ ଯୋଗୁଁ ଏହା ଇନ୍ଧନ କ୍ଷେତ୍ରରେ ବଡ ସଞ୍ଚୟ କରୁଛି । ଷ୍ଟେନଲେସ ଷ୍ଟିଲ୍‍ର ଅଣ-କ୍ଷୟ ଗୁଣ ଏହାକୁ ଏକ ନିରାପଦ ଏବଂ ଅଧିକ ସ୍ୱାସ୍ଥ୍ୟପ୍ରଦ ପସନ୍ଦଯୋଗ୍ୟ ସାମଗ୍ରୀ କରାଇଛି । ଜିନ୍ଦଲ ଷ୍ଟେନଲେସ ସ୍କ୍ରାପ ପଦ୍ଧତି ଜରିଆରେ ଷ୍ଟେନଲେସ ଷ୍ଟିଲ ଉତ୍ପାଦନ କରୁଥିବାରୁ ଇନ୍‍ଫିନିଟି ମଧ୍ୟ ଏହି ବର୍ଗରେ ତାହାର ପ୍ରତିଯୋଗୀଙ୍କ ଠାରୁ ଅଧିକ ପରିବେଶ ଉପଯୋଗୀ ହୋଇଛି ।

ଭାରତ ଭଳି ଏକ ଅଭିବୃଦ୍ଧିଶୀଳ ରାଷ୍ଟ୍ରରେ ସହରାଞ୍ଚଳର ଦ୍ରୁତ ବୃଦ୍ଧି ଏବଂ ବିପୁଳ ପରିମାଣରେ ଭିତ୍ତିଭୂମି ବିକାଶ କାର୍ଯ/୍ୟ ଚାଲିଥିବାବେଳେ ଷ୍ଟେନଲେସ ଷ୍ଟିଲ ଚେକର୍ଡ ସିଟ୍‍ର ପ୍ରଚୁର ଅଭିବୃଦ୍ଧି ସମ୍ଭାବନା ରହିଛି । କଳ କାରଖାନାଗୁଡିକର ଚଟାଣଠାରୁ ନେଇ ଯାନବାହନ (ବସ୍‍ ଓ ଟ୍ରକ)ର ପାହାଚ, ଚଟାଣ, ରେଳ ଧାରଣା ଉପରେ ରହିଥିବା ପୋଲ, ପାହାଚ, ଚଟାଣ ଆଦି ନିମନ୍ତେ ଏହା ନିଜପାଇଁ ଏକ ବଜାର ସୃଷ୍ଟି କରିବ ଏବଂ ଏହି ଶ୍ରେଣୀରେ ବ୍ୟବହାର କରାଯାଉଥିବା ବିକଳ୍ପ ସାମଗ୍ରୀର ସ୍ଥାନ ନେବା ଆଶା କରାଯାଉଛି ।

ଜିନ୍ଦଲ ଷ୍ଟେନଲେସ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ଭାରତୀୟ ରେଳବାଇ ପାଇଁ ଅଭିନବ ଏବଂ ବିଶେଷ ଭାବରେ ତିଆରି କରାଯାଇଥିବା ସାମଗ୍ରୀ ଯୋଗାଇ ଆସୁଛି । ଷ୍ଟେନଲେସ ଷ୍ଟିଲର ଅଗ୍ରଣୀ ଉତ୍ପାଦନକାରୀ ଭାବରେ ଜିନ୍ଦଲ ଷ୍ଟେନଲେସ ରେଳବାଇକୁ ଏଲଏଚବି କୋଚ୍‍, ୱାଗନ, ମେଟ୍ରୋ ରେଲ ଏବଂ ଭିତ୍ତିଭୂମି କ୍ଷେତ୍ରରେ ବ୍ୟବହାର ନିମନ୍ତେ ସାମଗ୍ରୀ ଯୋଗାଉଛି । ଭାରତୀୟ ରେଳବାଇ ପାଇଁ ସ୍ୱତନ୍ତ୍ର ସମାଧାନର ବିକାଶ କରିବା ଦିଗରେ ଜିନ୍ଦଲ ଷ୍ଟେନଲେସର ଗବେଷଣା ଓ ବିକାଶ (ଆରଆଣ୍ଡ୍‍ଡି) ଦଳ ରେଳବାଇର ଗବେଷଣା ଡିଜାଇନ ଓ ମାନକ ସଂଗଠନ (ଆରଡିଏସ୍‍ଓ) ସହିତ ଘନିଷ୍ଠ ଭାବରେ ମିଶି କାର୍ଯ୍ୟ କରୁଛନ୍ତି ।

 

Exit mobile version