ପୂର୍ବରୁ ମୋହନା ବ୍ଲକ ବିଡିଓ ଦାୟିତ୍ବରେ ଥିବା ଆର.ଉଦୟଗିରି ବିଡ଼ିଓ ପ୍ରଦୀପ କୁମାର ନାୟକଙ୍କୁ ମୋହନା ବ୍ଲକରେ ସ୍ଥାୟୀ ବିଡିଓ ଭାବେ ନିଯୁକ୍ତି ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଠାରେ ମୋହନାଅଞ୍ଚଳ ବାସୀଙ୍କ ଦାବୀ l

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଡିସେମ୍ବର ଗୁରୁବାର) ପାରଳାଖେମୁଣ୍ଡି ;- ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହି ବ୍ଲକ ଓଡ଼ିଶାର ଦ୍ୱିତୀୟ ବୃହତମ ସହ ଚାଳିଶି ବର୍ଗ କିଲୋମିଟର ମଧ୍ୟରେ ଅବସ୍ଥିତ ଥିବା ବେଳେ ଏହି ବ୍ଲକରେ ଛୋଟ ବଡ଼ ସାତ ସହ ଗ୍ରାମକୁ ନେଇ ଗଠିତ ଏବଂ ଜିଲ୍ଲାର ସର୍ବ ବୃହତ୍ତମ ବ୍ଲକ।ରାଜ୍ୟ ସରକାର ନିଶ୍ଚୟ ଅବଗତ ଥିବେ ଗତ କିଛି ମାସ ଧରି ଏହି ବ୍ଲକରେ ନିୟମିତ ସ୍ଥାୟୀ ବିଡ଼ିଓ ନ ଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ କରିବାରେ ବ୍ୟାଘାତ ସୃଷ୍ଟି ହେବା ସହ ସ୍ଥାନୀୟ ଜନସାଧାରଣ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ଠିକ ସମୟରେ ପାଉନାହାନ୍ତି ।

ସେହି ପରି ଠିକ ସମୟରେ ବୃଦ୍ଧ ବୃଦ୍ଧା ଙ୍କ ସହ ବିଧବା ମାନେ ମଧ୍ୟ ଭତା ନ ପାଇ ହଇରାଣ ହେଉଛନ୍ତି । ପଂଚାୟତ କୁ ଆସି ଫେରି ଯାଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ପଂଚାୟତ ରାଜ ବିଭାଗ ଏହି ବୃହତ୍ତମ ଆଦିବାସୀ ଅଂଚଳରେ ଜଣେ ବିଜ୍ଞ ପୁରୁଖା ପ୍ରଶାସନିକ ଅଧିକାରୀ ନିଯୁକ୍ତି କଲେ ବ୍ଲକ ର ଉନ୍ନୟନ ମୂଳକ କାର୍ଯ୍ୟ ଠିକ ରେ ଚାଲିବା ସହ ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ପାଖେ ପହଁଚି ପାରିବ । ମୋହନା ବ୍ଲକରେ ବିଭିନ୍ନ ସମୟରେ ବିଡ଼ିଓ ପଦବୀ ଖାଲି ପଡିଲେ ଗଜପତି ଜିଲାପାଳ ପୂର୍ବରୁ ତିନି ଥର ଆର. ଉଦୟଗିରି ବିଡ଼ିଓ ପ୍ରଦୀପ କୁମାର ନାୟକ ଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରି ବିଡ଼ିଓ ଦାଇତ୍ୱ ଦେଇଥିଲେ ।

ସେ ସୁଚାରୁରୂପେ ମୋହନା ବ୍ଲକ ରେ ବିଡ଼ିଓ ଦାଇତ୍ୱ ସମ୍ପାଦନ କରିଛନ୍ତି।ତାଙ୍କ କାର୍ଯ୍ୟକାଳ ସମୟରେ ଅଞ୍ଚଳ ବାସୀ ସରକାରଙ୍କ ସମସ୍ତ ଯୋଜନା ଠିକ ସମୟରେ ପାଇଛନ୍ତି । ତେଣୁ ସେହି ବିଡ଼ିଓ ଙ୍କୁ ମୋହନା ବ୍ଲକର ସ୍ଥାୟୀ ବିଡ଼ିଓ ଭାବେ ନିଯୁକ୍ତି କରିବାପାଇଁ ଅଞ୍ଚଳ ବାସୀ ମୁଖ୍ୟମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ, ମୁଖ୍ୟ ସଚିବ, ବିଭାଗୀୟ ସଚିବ, ଜିଲ୍ଲାପାଳ, ପିଡି ଡିଆରଡିଏ ଗଜପତି କାର୍ଯ୍ୟ କାରି କଲେ ଅଞ୍ଚଳ ବାସି ଉପକୃତ ହେବେ ବୋଲି ଏ ଅଞ୍ଚଳ ବାସି ଆଶାବ୍ୟକ୍ତ କରିଛନ୍ତି l

Exit mobile version