ଅନନ୍ୟା ଫାଉଣ୍ଡେସନ୍ ଓ ରାଜସୁନାଖଳା ମହୋତ୍ସବ କମିଟି ତରଫରୁ ବୃକକ ରୋଗରେ ପୀଡ଼ିତ ସୂର୍ଯ୍ୟଙ୍କୁ – ଆର୍ଥିକ ସହାୟତା

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଡିସେମ୍ବର ଗୁରୁବାର) ରଣପୁର ବ୍ଲକ ,କାସନ୍ଦା :- ଗତ କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରୁ ଖବର ପାଇ ଉଭୟ ବୃକକ ଖରାପ ଥିବା ଚବିଶି ବର୍ଷୀୟ ଯୁବକକୁ କୋଡ଼ିଏ ହଜାର ଟଙ୍କାର ଆର୍ଥିକ ସହାୟତା କରିଛନ୍ତି ଅନନ୍ୟା ଫାଉଣ୍ଡେସନ ଓ ରାଜସୁନାଖଳା ମହୋତ୍ସବ କମିଟି । ରଣପୁର ବ୍ଲକ ଅନ୍ତର୍ଗତ କାସନ୍ଦା ଗ୍ରାମର ଯୁବକ ସୂର୍ଯ୍ୟକାନ୍ତ କିଛି ଦିନ ହେବ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି । କିନ୍ତୁ କିଛି ଦିନ ପରେ ଜଣା ପଡ଼ିଲା ତାଙ୍କର ଉଭୟ ବୃକକ ରୋଗାକ୍ରାନ୍ତ । ସେ ମଧ୍ୟବିତ୍ତ ପରିବାର ର ହୋଇ ହୋଇଥିବାରୁ ତାଙ୍କ ପକ୍ଷେ ବୃକକ ପ୍ରତିରୋପଣ ସମ୍ଭବ ହୋଇନଥିଲା ।

ସେ ଅସହାୟ ହୋଇ ସାମାଜିକ ଗଣମାଧ୍ୟମରେ ସହାୟତା ଭିକ୍ଷା କରିଥିଲେ। ପରେ ଏହି ଖବର ବିଭନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହି ଖବର ପ୍ରକାଶିତ ହେବା ପରେ ଜୈନିକ ସାମ୍ବାଦିକଙ୍କ ବ୍ୟକ୍ତିଗତ ଅନୁରୋଧକ୍ରମେ ରାଜସୁନାଖଳା ମହୋତ୍ସବ କମିଟିର ସହ ମିଶି ସୁନାଖଳା ବଜାର ଓ କାସନ୍ଦା ଗ୍ରାମରେ ଅନନ୍ୟା ଫାଉଣ୍ଡେସନ୍ ଆରମ୍ଭ କରିଥିଲା ନିଧି ସଂଗ୍ରହ ଅଭିଯାନ । ଏହି ନିଧି ସଂଗ୍ରହ ଅଭିଯାନରେ କାସନ୍ଦା ଓ ସୁନାଖଳାର ଆଗ୍ରହୀ ଯୁବକ ଅଂଶଗ୍ରହଣ କରିଥିଲେ ।

ନିଧି ସଂଗ୍ରହ ଅଭିଯାନରୁ ସଂଗୃହିତ ହୋଇଥିବା ଅର୍ଥରାଶି ଓ ଆଉ କିଛି ଅର୍ଥ ମିଶାଇ ଅନନ୍ୟା ଫାଉଣ୍ଡେସନ ଓ ରାଜସୁନାଖଳା ମହୋତ୍ସବ କମିଟିର କିଛି ସଦସ୍ୟ ଗତକାଲି ୨୦,୦୦୦ ଟଙ୍କା ପ୍ରଦାନ କରିଛନ୍ତି । ଗତ କାଲି ଅର୍ଥ ପ୍ରଦାନ ବେଳେ ରାଜସୁନାଖଳା ମହୋତ୍ସବ କମିଟିର ଚିତ୍ତରଞ୍ଜନ ପ୍ରଧାନ, ମନୋଜ ମହାପାତ୍ର, ପଦୀପ ରାଣା ଓ ଅନନ୍ୟା ଫାଉଣ୍ଡେସନର ଆଶୁତୋଷ ଦାସ, ସନ୍ତୋଷ କୁମାର ପ୍ରଧାନ, କାହ୍ନା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version