
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଡିସେମ୍ବର ବୁଧବାର) ରଣପୁର ଗୋପାଳପୁର :- କାର୍ଯ୍ୟକ୍ରମରେ ଗୋପାଳପୁର ପଞ୍ଚାୟତ ଠାରେ ଓ ଗୋପାଳପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିଜୁ ସ୍ୱାସ୍ଥ୍ୟ କାଡ଼୍ ବଣ୍ଟନ ର ଶୁଭାରମ୍ଭ କରାଯାଇଥିଲା । ଏହି ସଭାରେ ମୁଖ୍ୟଅତିଥି ବିଧାୟକ ତଥା ନୟାଗଡ଼ଜିଲ୍ଲା ଯୋଜନା ବୋଡ଼ର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ରଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଡ଼ମ ଋତୁପଣ୍ଣା ମହାପାତ୍ର ସରପଞ୍ଚ ଶରତଚନ୍ଦ୍ର ରଥ,ଗୋପାଳପୁର ପଞ୍ଚାୟତ ସଭାପତି ଚନ୍ଦ୍ର କାନ୍ତ ସାହୁ ଶିକ୍ଷକଶିକ୍ଷୟିତ୍ରୀ ଅଙ୍ଗନବାଡି ଶିକ୍ଷୟତ୍ରୀ ଯୋଗଦେଇ କାର୍ଯ୍ୟରେ ସହଯୋଗ କରିଥିଲେ । ପଞ୍ଚାୟତ କାର୍ଯ୍ୟ ର୍ନିବାହୀ ଅଧିକାରୀ ଓ GRS ପ୍ରଭୃତି ସଭା ପରିଚାଳନାକରିଥିଲେ ।
ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ କହିଲେ ଯେ ଚଳିତ ବର୍ଷ ସେପ୍ଟେମ୍ବର ୧ ତାରିଖରୁ ସାରା ରାଜ୍ୟରେ BSKY Smart Health Card ରେ ସେବା ପ୍ରଦାନ ଆରମ୍ଭ ହୋଇଛି । ସେହି ଦିନ ଠାରୁ ଓଡିଶାର ସ୍ବାସ୍ଥ୍ୟ ସେବାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି ବୋଲି ସେ କହିଥିଲେ । ସ୍ମାର୍ଟ ହେଲ୍ଥ କାର୍ଡ ଦ୍ବାରା ଆମର ଗରିବ ଲୋକମାନଙ୍କ ଚିନ୍ତା ଦୂର ହୋଇଛି । ଏଥିରେ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ବୋଲି ସେ କହିଥିଲେ । ସ୍ବାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ ।
ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ବୋଲି ସେ କହିଥିଲେ ।
ସତ୍ୟନାରାୟଣ ପ୍ରଧାନ କହିଥିଲେ ଯେ ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ । ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମତବ୍ୟକ୍ତ କରି ସତ୍ୟନାରାୟଣ ପ୍ରଧାନ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ।
କାର୍ଯ୍ୟକ୍ରମରେ ଗୋପାଳପୁର ପଞ୍ଚାୟତ ଠାରେ ଓ ଗୋପାଳପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିଜୁ ସ୍ୱାସ୍ଥ୍ୟ କାଡ଼୍ ବଣ୍ଟନ ର ଶୁଭାରମ୍ଭ କରାଯାଇଥିଲା । ଏହି ସଭାରେ ମୁଖ୍ୟଅତିଥି ବିଧାୟକ ତଥା ନୟାଗଡ଼ଜିଲ୍ଲା ଯୋଜନା ବୋଡ଼ର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ,ରଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଡ଼ମ ଋତୁପଣ୍ଣା ମହାପାତ୍ର ସରପଞ୍ଚ ଶରତଚନ୍ଦ୍ର ରଥ ,
ପୂର୍ବତନ ରଣପୁର ପଞ୍ଚାୟତସମିତିଅଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା ଯୋଗଦେଇ କାଡ଼ ବଣ୍ଟନ ର ଶୁଭାରମ୍ଭକରିଥିଲେ । ପ୍ରଥମ ଦିବସରେ ରାମଚନ୍ଦ୍ରପୁର ଓ ବଡ଼ବରମୂଳ ର ହିତାଧିକାରୀଙ୍କୁ କାଡ଼୍ ଦିଆଯାଇଥିଲା । ଏହି ସଭାରେ ଶିକ୍ଷକ ଜ୍ୟୋତି ରଞ୍ଜନଦାଶ ସଂଯୋଜନାକରିଥିଲେ ।
ଶିକ୍ଷକଶିକ୍ଷୟିତ୍ରୀ ଅଙ୍ଗନବାଡି ଶିକ୍ଷୟତ୍ରୀ ଯୋଗଦେଇ କାର୍ଯ୍ୟରେ ସହଯୋଗ କରିଥିଲେ । ପଞ୍ଚାୟତ କାର୍ଯ୍ୟ ର୍ନିବାହୀ ଅଧିକାରୀ ଓ GRS ପ୍ରଭୃତି ସଭା ପରିଚାଳନାକରିଥିଲେ । ଗୋପାଳପୁର ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣକରିଥିଲେ । ବ୍ଲକ ସଭାପତି ପାଣ୍ଡବ ସେଠି, ପତିନିଧି ପ୍ରଭାତ କୁମାର ଦଳବେହେରା, ପୂର୍ବତନ ସରପଞ୍ଚ ପ୍ରଦୀପ ସାମନ୍ତରାୟ, ଗୋପାଳପୁର ପଞ୍ଚାୟତ ସଭାପତି ଚନ୍ଦ୍ର କାନ୍ତ ସାହୁ, ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।