ଓଡ଼ିଶା ତାଜା ନ୍ୟୁଜ୍ (୧୫ ଡିସେମ୍ବର ବୁଧବାର) ଭୁବନେଶ୍ୱର :- ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଏବଂ ଏସଟିପିଆଇ ଭୁବନେଶ୍ୱର ‘ରାଜ୍ୟରେ ଆଇପି ସଂସ୍କୃତିକୁ ପ୍ରୋତ୍ସାହିତ କରିବା’ ଉପରେ ମିଳିତ ଭାବରେ ଏକ କର୍ମଶାଳା ଏସଟିପିଆଇ ଭୁବନେଶ୍ୱରଠାରେ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତ ସରକାର, ଓଡ଼ିଶା ସରକାର, ଶିକ୍ଷାଭିତ୍ତିକ ଏବଂ ଗବେଷଣା, ଶିଳ୍ପ, ଭୁବନେଶ୍ୱର ଗୋଠପାଟଣାସ୍ଥିତ ଏସଟିପିଆଇ ଏଲିଟ ଫାସିଲିଟି ଠାରେ ଥିବା ରାଜ୍ୟର ଷ୍ଟାର୍ଟଅପ୍ଗୁଡିକରୁ ଶତାଧିକ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ ।