ଓଡ଼ିଶା ତାଜା ନ୍ୟୁଜ୍ (୧୫ ଡିସେମ୍ବର ବୁଧବାର) ଭୁବନେଶ୍ୱର :- ଦେଶର ଏକ ପ୍ରମୁଖ ଓ ଅଗ୍ରଣୀ କେନ୍ଦ୍ରୀୟ ସଂଗଠନ ଲେବର ପ୍ରୋଗ୍ରେସିଭ ଫେଡ଼େରେସନ (ଏଲ୍.ପି.ଏଫ୍) ଓଡ଼ିଶାରେ ବିଧିବଦ୍ଧ ଭାବେ ବୁଧବାର ସ୍ଥାନୀୟ ବିଦ୍ୟୁତ୍ ୟୁଥ୍ କ୍ଲବଠାରେ ଏହାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ଦେଶର ଉଭୟ ସଂଗଠିତ ଓ ଅସଂଗଠିତ କ୍ଷେତ୍ରରେ ତଥା ବ୍ୟାଙ୍କ, ରେଲୱେ, ପ୍ରତିରକ୍ଷା, ଟେଲିକମ୍, ଲୌହ, ଇସ୍ପାତ, ଆଲୁମିନିୟମ, ଖଣି, ଖଦାନ, ବିଦ୍ୟୁତ୍, ଶିଳ୍ପ ଆଦି କ୍ଷେତ୍ରରେ କାର୍ଯ୍ୟରତ ଅସଂଖ୍ୟ ଶ୍ରମିକ ସମୂହଙ୍କ ସୁରକ୍ଷା ତଥା ଅଧିକାର ପାଇଁ ଆଜିକୁ ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସଂଗ୍ରାମ କରି ଆସୁଥିବା ଉକ୍ତ ସଂଗଠନ ୨୦୦୮ ମସିହାରୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାବେ ଭାରତ ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ମାନ୍ୟତା ପାଇବା ପରଠାରୁ ଏହାର କାର୍ଯ୍ୟକ୍ରମ ୧୯ଟି ରାଜ୍ୟ ଓ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ଜାରି ରଖିଥିବା ସ୍ଥଳେ ଓଡ଼ିଶା ଭଳି ଏକ ଶ୍ରମିକ ଓ କୃଷକ ବହୁଳ ରାଜ୍ୟରେ ଏହାର ଉପସ୍ଥିତି ଶ୍ରମିକ ଓ କୃଷକ ଆନ୍ଦୋଳନକୁ ଏକ ନୂତନ ଦିଶା ଦେବାରେ ଆଶା ସଞ୍ଚାର କରିଛି ।
