ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦି ନିଜ ଡ୍ରିମ ପ୍ରୋଜେକ୍ଟ କାଶୀ ବିଶ୍ୱନାଥ ଧାମ ଉଦଘାଟନ

ଓଡ଼ିଶା ତାଜା ନ୍ୟୁଜ୍ (୧୪ ଡିସେମ୍ବର ମଙ୍ଗଳବାର ) ବନାରସ  :- ସୋମବାର ଦିନ ପ୍ରଧାନମନ୍ତ୍ରୀ ମୋଦି ନିଜ ଡ୍ରିମ ପ୍ରୋଜେକ୍ଟ କାଶୀ ବିଶ୍ୱନାଥ ଧାମ ଉଦଘାଟନ କରିଛନ୍ତି । ଏହି ସମୟରେ ଜଣେ ଦିବ୍ୟାଙ୍ଗ ମହିଳା ମୋଦିଙ୍କୁ ଭେଟିଥିଲେ ଓ ତାଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିଲେ । କିନ୍ତୁ ମୋଦି ଉକ୍ତ ଦିବ୍ୟାଙ୍ଗ ମହିଳାଙ୍କୁ ଅଟକାଇ ଦେଇଥିଲେ ନିଜେ ମହିଳାଙ୍କ ପାଦ ଛୁଇଁଥିଲେ । ଏହି ଦୃଶ୍ୟ ଦେଖି ସମସ୍ତେ ଅଭିଭୂତ ହୋଇଯାଇଥିଲେ । ଏହାପରେ ଦିବ୍ୟାଙ୍ଗ ମହିଳା ଶିଖାଙ୍କ ସହ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ କଥାବାର୍ତ୍ତା କରି ତାଙ୍କ ହାଲଚାଲ ପଚାରି ବୁଝିଥିଲେ ।

ମୋଦି ଓ ଯୋଗୀଙ୍କୁ ଭେଟି ଶିଖା ବହୁତ ଖୁସି । ଏକ ଗଣମାଧ୍ୟମ ସହ କଥା ହୋଇ ଶିଖା କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ଓ ଯୋଗୀଙ୍କୁ ଭେଟି ବହୁତ ଖୁସି । ଏସ କହିଛନ୍ତି ଯେ ଯେତେବେଳେ ସେ ମୋଦିଙ୍କ ପାଦ ଚୁଇଁଆକୁ ଗଲେ ମୋଦି ତାଙ୍କୁ ଅଟକାଇ ଦେଇଥିଲେ ଓ ନିଜେ ତାଙ୍କ ପାଦ ଛୁଇଁଥିଲେ । ମୋଦିଙ୍କ ଠାରୁ ଏତେ ସମ୍ମାନ ପାଇ ସେ ଗୌରବାନ୍ୱିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।

Exit mobile version