Home Uncategorized ସାହାରା ପାଲଟିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନର୍ସିଂହୋମରେ ସଫଳ ହେଲା ଅପରେସନ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୪ ଡିସେମ୍ବର ମଙ୍ଗଳବାର ) କଳାହାଣ୍ଡି :- ଗରିବ ଶ୍ରେଣୀର ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା ସେବା ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଏଇ ଜନହିତକର ଯୋଜନା ସଂପର୍କରେ ଖୋଦ୍ ମୁଖ୍ୟମନ୍ତ୍ରୀ, ସରକାରଙ୍କ ମନ୍ତ୍ରୀ ଓ ବିଧାୟକ ପ୍ରଚାର ପ୍ରସାର କରୁଛନ୍ତି ।ତେବେ ଯୋଜନାକୁ ନେଇ ବିରୋଧୀଙ୍କ ସମାଲୋଚନା ମଧ୍ୟ କମ୍ ନୁହେଁ । ଏପରି ପରିସ୍ଥିତିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଳକ ଗଣନାଥପୁର ଗାଁର ଜଣେ ବ୍ୟକ୍ତି ଏଇ ଯୋଜନାର ସ୍ମାର୍ଟ କାର୍ଡ ବଳରେ ଭବାନୀପାଟଣାର ଏକ ନର୍ସିଂହୋମରେ ଚିକିତ୍ସିତ ହେବା ସହିତ ସୁସ୍ଥ ହେଉଥିବା ସୂଚନା ମିଳିଛି । ସୂଚନାନୁସାରେ ଗତ ଦୁଇମାସ ତଳେ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଗଣନାଥପୁର ଗାଁର ଅରକ୍ଷିତ ମହାଖୁଡ଼ ନାମକ ଜଣେ ବ୍ୟକ୍ତି ସାଇକେଲରୁ ପଡ଼ିଯାଇ ତାଙ୍କର ଜଙ୍ଘ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା l ତାପରେ ସେ ଆୟୁର୍ବେଦ ଚିକିତ୍ସା କରାଇ ସୁଫଳ ନ ମିଳିବାରୁ ତାଙ୍କ ପୁଅ ଲାଲୁ ମହାକୁଡ଼ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳ ସମ୍ପାଦକ ତଥା ଆଇଟି ସେଲ ମୁଖ୍ୟ ସତ୍ୟବ୍ରତ ଦାଶଙ୍କ ଦ୍ରୃଷ୍ଟି ଆକର୍ଷଣ କରିଥିଲେ l ଏହାପରେ ଶ୍ରୀ ଦାଶ ତାଙ୍କୁ ନେଇ ଭବାନୀପାଟଣା ପରଦେଶୀପଡ଼ାସ୍ଥିତ ବାଲାଜୀ ନର୍ସିଂ ହୋମ୍ରର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ମିଶ୍ର ଏବଂ ଡ଼. ମନୋଜ ପରିଡାଙ୍କ ସହିତ ସାକ୍ଷାତ କରାଇ କିଭଳି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅସ୍ତ୍ରୋପଚାର କରାଯାଇପାରିବ ସେ ନେଇ ଅନୁରୋଧ କରିଥିଲେ l ଏହାପରେ ଆଜି ଦୀର୍ଘ ପାଞ୍ଚ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ଓ ଉଦ୍ୟମ ପରେ ଡାକ୍ତର ମନୋଜ କୁମାର ପରିଡା ସଫଳ ଅସ୍ତ୍ରୋପଚାର କରି ରୋଗୀ ଅରକ୍ଷିତ ମହାଖୁଡ଼ଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି । ଅସ୍ତ୍ରୋପଚାର ସମୟରେ ସରୋଜ କୁମାର ହୋତା ସହାୟତା କରିଥିବାବେଳେ ପରିବାରର ତାରା ମହାଖୁଡ଼, ପୁଅ ଲାଲୁ ମହାଖୁଡ଼, ଶିବ ରାମ, ତରୁଣ, ଶେଷଦେବ, ରାନୁ ମହାଖୁଡ଼ ତାଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ l ସଫଳ ଅସ୍ତ୍ରୋପଚାର ପରେ ଆଜି ରୋଗୀଙ୍କ ପରିବାର ବର୍ଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ସୂଚନାଯୋଗ୍ୟ ବାଲାଜୀ ନର୍ସିଂ ହୋମ ଦ୍ବାରା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଏଭଳି ବହୁ ରୋଗୀଙ୍କ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି । Categories: Uncategorized, ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ବିରିଡି ପଞ୍ଚାୟତ ସମିତିର ଦଶମ ସ୍ୱତନ୍ତ୍ର ସାଧାରଣ ବୈଠକ by Proprietor Abhimanyu Maharana September 12, 2026 ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026 ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026 ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ by Proprietor Abhimanyu Maharana September 11, 2026 ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026