ନୟାଗଡ ଜିଲ୍ଲା ,ରିପୋର୍ଟ,ରାମକୃଷ୍ଣ ରଥ ( ଓଡିଶା ତାଜା ନ୍ୟୁଜ୍ ) ନୟାଗଡ ବିଜୁ ଯୁବଜନତାଦଳ ,୪ ମଇ, ସୋମବାର :- କରୋନା ଭାଇରସ୍ ର ସଫଳ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ବାର୍ତ୍ତାର ବାସ୍ତବ ପ୍ରତିପାଦନ ଉପରେ ଗୁରୁତ୍ୱ କୋଭିଡ୍ ୧୯ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଯେ କୌଣସି ମତେ କରୋନାକୁ ହରାଇବାକୁ ପଡିବ ଏଭଳି ଆଭିମୁଖ୍ୟ ନେଇ ଆଗକୁ ଆଗେଇ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସାଧାରଣ ଜନତାର ସ୍ୱାସ୍ଥ୍ୟ ସୁରକ୍ଷା ଆଗରେ ସବୁ ତୁଛ । ଏହି ଯୁଦ୍ଧରେ ବାସ୍ତବ ପ୍ରତିଫଳନ ଉପରେ ଗୁରୁତ୍ୱ ଦେଇଥିବା ରାଜ୍ୟ ଶାସନର ମୁଖ୍ୟ ନବୀନ ପଟ୍ଟନାୟକଙ୍କର ଏହି ବାର୍ତ୍ତାକୁ ମ୍ୟୁନିସିପାଲିଟି ଠାରୁ ଆରମ୍ଭ କରି ପଞ୍ଚାୟତ ସ୍ତରରେ ଥିବା ସମସ୍ତ ଆ.ଟି ମୁଖ୍ୟ ନିକଟରେ ଏହି ବାର୍ତ୍ତା ପହଁଞ୍ଚିବା ବାଞ୍ଛନୀୟ । ସେହି ଅନୁସାରେ ସମସ୍ତ ବିଜେଡି ଆ.ଟି ସେଲ୍ ର କର୍ମକର୍ତ୍ତା ଆଗେଇ ଆସିବା ଉଚିତ୍ ବୋଲି ସମଗ୍ର ୧୪୭ଟି ନିର୍ବାଚନ ମଣ୍ତଳୀର ଆ.ଟି.ସେଲ ମୁଖ୍ୟଙ୍କ ସହ ରାଜ୍ୟ ଆ.ଟି ସେଲ୍ ମୁଖ୍ୟ ରାଜ୍ୟସଭା ଏମ.ପି. ଅମର ପଟ୍ଟନାୟକ ଭିଡିଓ କନଫରେନ୍ସି ମାଧ୍ୟମରେ ଆଲୋଚନା ଜାରି ରଖିଥିବା ବେଳେ ଆଜି ନୟାଗଡ ଜିଲ୍ଲାର ୪ଟି ନିର୍ବାଚନ ମଣ୍ତଳୀର ସମସ୍ତ ମୁଖ୍ୟ ସହ ପ୍ରାୟ ୨ଘ.ରୁ ଅଧିକ ସମୟ ଭି.ସି. ମାଧ୍ୟମରେ ଆଲୋଚନା କରି ଏହି ବାର୍ତ୍ତା ଦେଇଛନ୍ତି ମୁଖ୍ୟ ଶ୍ରୀଯୁକ୍ତ ପଟ୍ଟନାୟକ ।
ଏଥିରେ ନୟାଗଡ ନିର୍ବାଚନ ମଣ୍ତଳୀର ଆ.ଟି.ସେଲ୍ ମୁଖ୍ୟ ଅଜୟ କୁମାର ସାହୁ ଏହାର ସୁପରିଚାଳନ ପାଇଁ ରାଜ୍ୟ ମୁଖ୍ୟଙ୍କ ସହ ବିଷଦ ଆଲୋଚନା ସହ କୋଭିଡ୍ ୧୯ର ସଫଳ ମୁକାବିଲା ପାଇଁ ତାଙ୍କ ଠାରୁ ପରାମର୍ଶ ଗ୍ରହଣ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରଣପୁର ମୁଖ୍ୟ ପ୍ରତାପ କୁମାର ମାନ ସିଂ,ଖଣ୍ତପଡା ମୁଖ୍ୟ ନୀଳ ମାଧବ ମିଶ୍ର,ଦଶପଲ୍ଳା ମୁଖ୍ୟ ଟୁକୁନା ମିଶ୍ର ପ୍ରମୁଖ ମଧ୍ୟ ଭି.ସି.ମାଧ୍ୟମରେ ଏ ସଂପର୍କରେ ବ୍ୟାପକ ଆଲୋଚନା କରିଥିବା ଖବର ମିଳିଛି ।
