ପ୍ରଧାନ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକ ତାଲା ପକାଇଲେ ସ୍କୁଲରେ

 ତାଜା ନ୍ୟୁଜ (୧୪ ଡିସେମ୍ବର ସୋମବାର) କଳାହାଣ୍ଡି :-  ନର୍ଲା ବ୍ଳକ ଅନ୍ତର୍ଗତ ମୁରସିଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ପ୍ରଧାନଶିକ୍ଷକ ପଦବୀ ପୂରଣ କରାଯିବାକୁ ଦାବି ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ଵାରା ତାଲାବନ୍ଦ ଆନ୍ଦୋଳନ ହାତକୁ ନିଆଯାଇଛି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୧୬୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଆଠ ଗୋଟି ଶ୍ରେଣୀ ପାଇଁ କେବଳ ୪ ଜଣ ଶିକ୍ଷା ସହାୟିକା ଓ ଜଣେ ଗଣ ଶିକ୍ଷକ ଶିକ୍ଷା ଦାନ କରୁଥିବା ଯୋଗୁଁ ଏଠାରେ ଶିକ୍ଷା ଦାନ ବ୍ୟବସ୍ଥା କିପରି ଥିବ ବୋଲି ଗ୍ରାମ୍ୟ କମିଟିର ସଂପାଦକ ହେମନ୍ତ କୁମାର ଭୋଇ ପ୍ରଶ୍ନ କରିଛନ୍ତି। ପୁଣି ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ହୁଏ ଯେ କୌଣସି କାରଣ ନ ଥାଇ ଏହା ପୂର୍ବରୁ ପ୍ରଧାନ ଶିକ୍ଷକ ଫକୀର ମହାନନ୍ଦଙ୍କୁ ଅନ୍ୟତ୍ର ବଦଳି କରାଯାଇଛି ଯାହା ଫଳରେ ବର୍ତ୍ତମାନ ବିଦ୍ୟାଳୟର ଶିକ୍ଷା, ଶୃଙ୍ଖଳା ତଥା ପରିଚାଳନାଗତ ସମସ୍ୟା ସୃଷ୍ଟି ହେଉଛି ବୋଲି ବିଦ୍ୟାଳୟର ତାଲାବନ୍ଦ ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଛନ୍ତି।

ବାରମ୍ବାର ପ୍ରଧାନ ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ବ୍ଳକ ଶିକ୍ଷା ବିଭାଗ ସହ ନର୍ଲା ବିଧାୟକଙ୍କୁ ଅବଗତ କଲେ ମଧ୍ୟ କୈ।ଣସି ସୁଫଳ ମିଳୁ ନାହିଁ। ଯାହା ଫଳରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷା କମିଟିର ସଭାପତି ମଳୟ ପଧାନ, ଠାକୁର ବାରିକ, ଚନ୍ଦ୍ର ଭୋଇ, କୁମୁଦ ବିଶ୍ୱାଳ ଓ ଗ୍ରାମ୍ୟ କମିଟି ସଭାପତି ମନୋରଂଜନ ମିଶ୍ର ଜଣାଇଛନ୍ତି। ତେବେ ଏହାର ସମାଧାନ ସକାଶେ ସ୍ଥାନୀୟ ସିଆରସିସି ବିଜୟ ସୁନା ଘଟଣା ସ୍ଥଳକୁ ଯାଇ ଆନ୍ଦୋଳନକାରୀଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା କୈାଣସି ସମାଧାନ ହୋଇ ନ ଥିବା ଜଣାପଡିଛି। ତେବେ ଏ ସମ୍ପର୍କରେ ଆମ ପ୍ରତିନିଧି ଶ୍ରୀ ସୁନାଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କଲେ ସୁଦ୍ଧା ଯୋଗାଯୋଗ ସମ୍ଭବପର ହୋଇ ନାହିଁ ।

Exit mobile version