ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ବଦଳି ଦାବି କରି ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ଥାନା ସମ୍ମୁଖରେ ବିକ୍ଷୋଭ ଓ ଧାରଣା

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଡିସେମ୍ବର ସୋମବାର ) ପାରଳାଖେମୁଣ୍ଡି :- ମୋହନା ବ୍ଲକ ଆଦିବାସୀ ସୁରକ୍ଷା ମଞ୍ଚ ପକ୍ଷରୁ ଏକ ବିରାଟ ପଟୁଆରରେ ଶତାଧିକ ପୁରୁଷ ଓ ମହିଳା ହାଇସ୍କୁଲ ଛକ ଠାରୁ ବିଭିନ୍ନ ସ୍ଲୋଗାନ ଦେଇ ଥାନା ସମୁଖରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ ପ୍ରଶାନ୍ତ ମଳିକ ଙ୍କ ସମେତ କୁଇ ଆଦିବାସୀ ନେତା ଗଣ । ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ବିଭିନ୍ନ ସମୟରେ ଥାନା ଅଧିକାରୀଙ୍କ ଦ୍ୱାରସ୍ତ ହୋଇ ହଇରାଣ ହେଉଥିବା ପ୍ରକାଶ କରି ଥାନା ଅଧିକାରୀଙ୍କୁ ବଦଳି ଦାବୀ କରି ବିକ୍ଷୋଭ କରିଥିଲେ ।

ଆର.ଉଦୟଗିରି ଏସଡିପିଓ ଦିଲୀପ କୁମାର ନାୟକ ଙ୍କ ନେତୃତ୍ୱରେ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା କରିଥିଲେ ।  ଏସଡିପିଓ ଥାନା ଅଧିକରୀଙ୍କ ବିରୋଧରେ ଯାହା ସବୁ ଅଭିଯୋଗ ଆସୁଛି ସବୁର ତଦନ୍ତ କରାଯିବ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶୃତି ପାଇ ଆଦିବାସୀ ସୁରକ୍ଷା ମଞ୍ଚ ଧାରଣରୁ ଉଠିଥିଲେ । ତୁରନ୍ତ ତଦନ୍ତ କରି ନ୍ୟାୟ ନ ଦେଲେ ଆଗାମୀ ଦିନରେ ପୁଣି ଥରେ ଅନ୍ଧୋଳନକୁ ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି  l

Exit mobile version