ମୋହନାବ୍ଲକରେଦ୍ୱିତୀୟଘଟଣା… ଜନନୀ ଯନ୍ତ୍ରଣା, ରାସ୍ତା ନ ଥୁବାରୁ ୩ କିମି ଷ୍ଟେଚରରେ ବୁହା ହେଲେ ଗର୍ଭବତୀ ମହିଳା

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଡିସେମ୍ବର ସୋମବାର ) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକରେ ଏହା ଦ୍ୱିତୀୟ ଘଟଣା ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ରାସ୍ତା ନ ଥିବାରୁ ୩ କିମି ଷ୍ଟେଚର ବୁହା ହେଲେ ଗର୍ଭବତୀ ମହିଳା। ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ମୋହନା ବ୍ଳକ ବାଲିଗଣ୍ଡା ଗାଁର ପୁଷ୍ପାଞ୍ଜଳି ପାଇକଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଗାଁକୁ ଭଲ ରାସ୍ତା ନ ଥିବାରୁ ଅଧା ରାସ୍ତାରେ ଆମ୍ବୁଲାନ୍ସ ଅଟକି

ଯାଇଥିଲା । ପରେ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁଙ୍କ ପ୍ରଚେଷ୍ଟା ଓ ଗ୍ରାମବାସୀଙ୍କ ସହାୟତାରେ ଗର୍ଭବତୀ ମହିଳାଙ୍କୁ ୩ କିମି ଷ୍ଟେଚର ବୋହି ଆମ୍ବୁଲାନ୍ସ ଯାଏଁ ଆଣିବା ପରେ ସେଠାରୁ ଆମ୍ବୁଲାନ୍ସରେ ଆଣି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଡାକ୍ତର ଓ ନର୍ସଙ୍କର ପ୍ରଗାଢ଼ ଚେଷ୍ଟ। ଫଳରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ପ୍ରସବ କରିଥିବା ଜଣାପଡିଛି ।

Exit mobile version