ପୋଲିସ ଓ ଅବକାରୀ କର୍ମଚାରୀଙ୍କ ଦ୍ବାରା ୭୮ ଏକର ଗଞ୍ଜେଇ ଗଛ ନଷ୍ଟ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଡିସେମ୍ବର ସୋମବାର ବୈପାରିଗୁଡା :- ପୋଲିସ ଓ ଅବକାରୀ ଥାନାକର୍ମଚାରୀଙ୍କ ଦ୍ବାରା ୭୮ ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ବେଳେ ପୋଲିସ ଓ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା ! ଗତ କିଛି ମାସ ହେବ ବୈପାରିଗୁଡା ବ୍ଲକର ଦୁର୍ଗମ ଅଞ୍ଚଳ ମାନଙ୍କରେ ହଜାର ହଜାର ଏକର ଗଞ୍ଜେଇ ଗଛ ଗଞ୍ଜେଇ ବେପାରୀମାନେ ଲଗାଇଥିବା ବେଳେ ଏହାକୁ ନଷ୍ଟ କରୁଛି ପୋଲିସ ଓ ଅବକାରୀ ବିଭାଗ ! ଗଞ୍ଜେଇ ବେପାରୀଙ୍କ ଉପରେ ପୋଲିସର ଚଢକ ମାଡ ପଡୁଥିବା ବେଳେ ଗଞ୍ଜେଇ ବେପାରୀଙ୍କ ନିନ୍ଦ ହଜି ଯାଇଛି ! ବୈପାରିଗୁଡା ଥାନା ଅଞ୍ଚଳ ରୁ ଗଞ୍ଜେଇ ଚାଷ କିମ୍ବା ଗଞ୍ଜେଇ ଚୋରା ଚାଲାଣ କୁ ମୂଳପୁଷ କରିବା ପାଇଁ ଆଣ୍ଟା ଭିଡିଛନ୍ତି ବୈପାରିଗୁଡା ଥାନା ଆଇଆଇସି ଈଶ୍ଵର ତାଣ୍ଡି!ଅବକାରୀ ଓ ପୋଲିସବିଭାଗ ପକ୍ଷରୁ କ୍ରମାଗତ ଭାବେ ବୈପାରିଗୁଡା ଥାନା ଅଞ୍ଚଳର ହଜାର ହଜାର ଚାଷ କରା ଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିବାରେ ସକ୍ଷମ ହୋଇଛି !

ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବୈପାରିଗୁଡା ଥାନା ଅନ୍ତର୍ଗତ ମାଙ୍କିଡି ଗ୍ରାମ ଓ ଏହାର ପାଖଆଖ ଅଞ୍ଚଳରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିବା ସହ ଗୋଟିଏ ସ୍ଥାନରେ ରଖି ପୋଡି଼ ଥିବାର ଜଣାପଡିଛି ! ତେବେ ବୈପାରିଗୁଡା ବ୍ଲକର ମାଝିଗୁଡା, ଦଶମନ୍ତପୁର, କାଠପଡା, ଦଣ୍ଡାବାଡି ,ଚିପାକୁର ଓ ହଳଦୀକୁଣ୍ଡ ସହ କିଛି ପଞ୍ଚାୟତରେ ପୂର୍ବରୁ ମାଓବାଦୀଙ୍କ ପ୍ରାଦୁର୍ଭାବ ଆଧିକ ଥିବାରୁ ପୋଲିସ ଏବଂ ଅବକାରୀ କର୍ମଚାରୀ ମାନେ ସେହି ସ୍ଥାନକୁ ଯିବା ପାଇଁ ଇର୍ଚ୍ଛା କରୁନଥିବା ବେଳେ ବର୍ତ୍ତମାନ ସେ ସବୁ ସମ୍ବେଦନଶୀଳ ଅଞ୍ଚଳକୁ ଯାଇ ଗଞ୍ଜେଇ ଚାଷକୁ ନଷ୍ଟ କରିବାରେ ବଡ ସଫଳତା ହାସଲ କରିଛନ୍ତି I ଅବକାରୀ ଓ ପୋଲିସ ବିଭାଗ ମିଳିତ ଭାବେ ଅପରେସନ କରି ଏହି ଅଞ୍ଚଳରୁ ୮୭ ଏକର ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି ! 

Exit mobile version