ଓଡ଼ିଶା ତାଜା ନ୍ୟୁଜ୍ (୧୩ ଡିସେମ୍ବର ସୋମବାର ) ପୁରୀ :– ପୁରୀ ଜିଲ୍ଲାର କଣାସ ଅଞ୍ଚଳର ବିଶିଷ୍ଟ କଥାକାର ହାଡ଼ିବନ୍ଧୁ ପାଢ଼ୀଙ୍କର ଗଳ୍ପ ସଂକଳନ ‘ତିନି ଅକଥା’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଯୁବ ବ୍ୟପାର ଏବଂ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ତାଙ୍କର ଭୁବନେଶ୍ୱରସ୍ଥିତ ବାସଭବନ ପରିସରରେ ଆୟୋଜିତ ଏକ ସାରସ୍ୱତ ସମାବେଶରେ ଶ୍ରୀ ପାଢ଼ୀଙ୍କର ଏହି ପ୍ରଥମ ସୃଜନଶୀଳ କୃତି ପୁସ୍ତକକୁ ଉନ୍ମୋଚନ କରିଛନ୍ତି । ୬୮ବର୍ଷ ବୟସ୍କ ଲେଖକ ଶ୍ରୀ ପାଢ଼ୀ ତାଙ୍କର ଏହି ଅନନ୍ୟ ଓ ଅନବଦ୍ୟ ସୃଷ୍ଟିରେ ବିସ୍ମୃତି ଗର୍ଭରେ ଲୀନ ହେବାକୁ ଯାଉଥିବା ପୌରାଣିକ କିମ୍ବଦନ୍ତୀ ଏବଂ ନୈତିକ ତଥା ମାନବିକ ଗୁଣବତ୍ତା ଆଧାରିତ ୪୫ଟି କାଳଜୟୀ ଲୋକକଥାର ପୁର୍ନଲିଖନକୁ ସାମିଲ କରିଛନ୍ତି ।
