ସକ୍ରିୟ ହେଉଛି ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଡିସେମ୍ବର ରବିବାର ) ଦଶପଲ୍ଲା :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନପଟ୍ଟନାୟକ ଙ୍କ ଆଦର୍ଶ ,ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ଆଇନ ମହାବିଦ୍ୟାଳୟ  ,ଭୁବନେଶ୍ୱର ର ପୂର୍ବତନ ସଭାପତି ଚିନ୍ମୟ ପ୍ରଧାନ ଙ୍କ ସହ ଭୁବନେଶ୍ୱର ଏବଂ ଦଶପଲ୍ଲା ର ଯୁବ ସଂଗଠକ ମାନ୍ୟବର ବିଧାୟକ,ଦଶପଲ୍ଲା ତଥା ଜିଲ୍ଲା ବିଜେଡ଼ି ସଭାପତି, ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କ ତତ୍ତ୍ୱାବଧାନରେ ବିଜୁ ଜନତା ଦଳର ସାଙ୍ଗଠନିକ ସଂପାଦକ ତଥା ବିଧାୟକ, ଯାଜପୁର ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି ।

ଆଇନ ମହାବିଦ୍ୟାଳୟ ର ପୂର୍ବତନ ସଭାପତି ଚିନ୍ମୟ ପ୍ରଧାନ ଏବଂ ଦଶପଲ୍ଲା ବ୍ଲକ ଯୁବ ବନ୍ଧୁ ମାନଙ୍କ ସହ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ନଛିପୁର ,ଘୁଗୁଡ଼ିପଡା, ମଧ୍ୟଖଣ୍ଡ, ପଞ୍ଚାୟତ ର ବିଭିନ୍ନ ଗ୍ରାମ ବୁଲି ଯୁବକ ମାନଙ୍କ ସହ କଥା ହେବା ସହ ଆଗାମୀ ଦିନରେ ଯୁବ ପିଢ଼ି ବା ସମାଜ ଗଠନରେ ଯୁବ ପିଢିଙ୍କ ଭୂମିକା ବିଷୟରେ ଆଲୋଚନା କରୁଛନ୍ତି ।

Exit mobile version