
ରଣପୁର, ରିପୋର୍ଟ /ଅଭିମନ୍ୟୁ ମହାରଣା ( ଓଡିଶା ତାଜା ନ୍ୟୁଜ୍ ) ୪ ମଇ, ସୋମବାର :- ରଣପୁର ବ୍ଲକର କରୋନା ମହାମାରୀ ମୁକାବିଲା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କରୋନା ଯୋଦ୍ଧା ସାମ୍ବାଦିକ, ସ୍ୱାସ୍ଥ୍ୟ କର୍ମୀ, ପୋଲିସ, ବ୍ଲକ , ତହସିଲଦାର୍, ଓ ଅଗ୍ନିଶମ ବିଭାଗଙ୍କୁ ସପ୍ତ ସଙ୍ଘ ଟେଣ୍ଟ, ଲାଇଟ, ସାଉଣ୍ଡ ଓ ସପ୍ଲାୟାର୍ସ ଆସୋସିଏସନ ତରଫରୁ ସଂଗଠନ ର ସଭାପତି ରବିନ୍ଦ୍ର କୁମାର ପୃଷ୍ଟି ଓ ସଂପାଦକ ଦିଲ୍ଲୀପ ମହାନ୍ତି ଙ୍କ ସହ ଏକାଧିକ ସଦସ୍ୟ ଉପଢୌକନ ଦିଆ ଯାଇ ସମ୍ବର୍ଦ୍ଧନା କରାଯାଇଛ ।
କରୋନା ସଚେତନତା ଓ ପ୍ରତି ମୁହୂର୍ତ୍ତର ଖବର ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ସାମାଜିକ ଦୂରତା ରକ୍ଷା କାର୍ଯରେ ବିଶେଷ କରି ସାମ୍ବାଦିକ ଓ ପୋଲିସ ଉଭୟ ଅହରହ ପରିଶ୍ରମକରି ଜନସାଧରଣ ଙ୍କୁ ସଚେତନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ରଣପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶଙ୍କ ସମେତ ରଣପୁର ପ୍ରେସ କ୍ଲବ ର ସଭାପତି ସୁକାନ୍ତ ପଟ୍ଟନାୟକ, ଉପ-ସଭାପତି ଅଭିମନ୍ୟୁ ମହାରଣା, ସମ୍ପାଦକ ବ୍ରଜ ରଣସିଂହଙ୍କ ସମେତ ସମସ୍ତ ସାମ୍ବାଦିକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।
ସେହିପରି ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ବୈଦ୍ୟନାଥ ନନ୍ଦ, ଫାର୍ମାଶିଷ୍ଟ କିଶୋର ରାଉତରାୟଙ୍କ ସହିତ ସମସ୍ତ ସ୍ୱାସ୍ଥ୍ୟ କର୍ମୀ,ରଣପୁର ବ୍ଲକ , ତହସିଲଦାର୍, ଓ ଅଗ୍ନିଶମ ବିଭାଗଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସପ୍ତ ସଙ୍ଘ ଟେଣ୍ଟ, ଲାଇଟ, ସାଉଣ୍ଡ ଓ ସପ୍ଲାୟାର୍ସ ଆସୋସିଏସନର ସଦସ୍ୟମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା କରିଥିଲେ । ଆସୋସିଏସନର ଏହି ଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଥିଲେ ।
