ଭୁବନେଶ୍ୱର ବିମାନ ବନ୍ଦରରେ ଶହୀଦ୍ ରାଣା ପ୍ରତାପ ଦାସଙ୍କୁ ରାଜ୍ୟ ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ଶ୍ରଦ୍ଧା ସୁମନ ଅର୍ପଣ : ବିଜେପି

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) ଭୁବନେଶ୍ୱର :-  କୁନ୍ନୁର ଠାରେ ଗତ ତା୦୯.୧୨.୨୦୨୧ରିଖରେ ଜେନେରାଲ ବିପୀନ ରାଉତଙ୍କ ସହ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବୀର ଓଡିଆ ପୁଅ ଜୁନିଅର୍ ୱାରେଂଟ୍ ଅଫିସର ଅମର ଶହୀଦ୍ ରାଣା ପ୍ରତାପ ଦାସଙ୍କ ପାର୍ଥୀବ ଶରୀର ଆଜି ଭୁବନେଶ୍ୱର ଏୟାରପୋର୍ଟରେ ଆସି ପହଁଚିବା ପରେ ଭାରତୀୟ ଜନତାପାର୍ଟିର ବରିଷ୍ଠ ନେତୃମଣ୍ଡଳୀ ଏବଂ କର୍ମକର୍ତା ମାନେ

ବହୁସଂଖ୍ୟାରେ ବିମାନ ବନ୍ଦରରେ ଉପସ୍ଥିତ ରହି ଶହୀଦ୍ ରାଣପ୍ରତାପ ଦାସଙ୍କ ପାର୍ଥୀବ ଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବିଜେପିର କର୍ମକର୍ତା ମାନେ ଶହୀଦ୍ ରାଣା ପ୍ରତାପ ଦାସ ଅମର ରହେ, ଭାରତ ମାତା କୀ ଜୟ ସ୍ଲୋଗାନ ଦେଇ ଶହୀଦ୍‌ଙ୍କ ପ୍ରତି ସମ୍ମାନ ଜଣାଇଥିଲେ ।

ଏହି ଅବସରରେ ବିଧାନସଭାର ବିଜେପି ଉପନେତା ବିଷ୍ଣୁ ଚରଣ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଜୟ ନାରାୟଣ ମିଶ୍ର,ନାଉରୀ ନାଏକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ଭାଷ୍କର ମଢେଇ, ସନାତନ ବିଜୁଳି, ନବ ଚରଣ ମାଝୀ, ପ୍ରକାଶ ସୋରେନ, ବିଧାୟିକା କୁସୁମ ଟେଟେ,

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ଗଣମାଧ୍ୟମ ସଂଯୋଜକ ଦିଲୀପ ମଲ୍ଲିକ୍‌, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଓ ଠାକୁର୍ ରଞ୍ଜିତ୍ ଦାସ୍‌, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଉପସ୍ଥିତ ରହି ଶହୀଦ୍‌ଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Exit mobile version