ମହିମା ସେଠୀଙ୍କୁ ସାରଳା ଯୁବ ପୁରସ୍କାର “Ink From Night Skies” କବିତା ଗ୍ରନ୍ଥ ମହିମାଙ୍କ ଏକ ମନ୍ମୟ ଆଲେଖ୍ୟ : ବିଶିଷ୍ଟ ବ୍ୟକ୍ତିଙ୍କ ମତ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) ଭୁବନେଶ୍ୱର :- ପୂର୍ବାହ୍ନରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରସ୍ୱତ ପୀଠ ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଏକ ଭବ୍ୟ ସମାରୋହରେ ବିଶିଷ୍ଟ ଯୁବ କବୀ ଇଂ ମହିମା ସେଠୀଙ୍କ ମହିମା ସେଠୀଙ୍କୁ ସାରଳା ଯୁବ ପୁରସ୍କାର “Ink From Night Skies” କବିତା ଗ୍ରନ୍ଥ ମହିମାଙ୍କ ଏକ ମନ୍ମୟ ଆଲେଖ୍ୟ : ବିଶିଷ୍ଟ ବ୍ୟକ୍ତିଙ୍କ ମତ ଇଂରାଜୀ କବିତାଗ୍ରନ୍ଥ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହକୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ. ରାଜେନ୍ଦ୍ର ପ୍ରସାଦ ମହାନ୍ତି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।

ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ଡ. ଇଂ ପ୍ରଭାକର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରେଭେନ୍ସା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଇଂରାଜୀ ସାହିତି୍ୟକ ପ୍ରଫେସର ଡ. ପ୍ରଫୁଲ୍ଲ କୁମାର ମହାନ୍ତି, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ଡ. ପ୍ରଭାକର ପାଲ୍‌କା, ମାଡ୍ରାସ୍‌ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ପ୍ରଫେସର ଡ. ଏସ୍‌. ଅର୍ମଷ୍ଟ୍ରଙ୍ଗ ଏବଂ ବିଶିଷ୍ଟ ଇଂରାଜୀ କବି ଡ. ରବୀନ୍ଦ୍ର କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗ୍ରନ୍ଥ ଉପରେ ବିଶଦ ଆଲୋଚନା କରିଥିଲେ । ଏହି ଅବସରରେ କବୀ ମହିମା ସେଠୀଙ୍କୁ ସଂସଦ ପକ୍ଷରୁ ‘ସାରଳା ଯୁବ ପୁରସ୍କାର’ ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ସ୍ୱରୂପ ୨୫ ହଜାର ଟଙ୍କା ଅର୍ଥରାଶି, ମାନପତ୍ର ଓ ଉପଢୌକନ ଦିଆଯାଇଥିଲା ।

ମୁଖ୍ୟ ଅତିଥି ପ୍ରଫେସର ଡ. ରାଜେନ୍ଦ୍ର ପ୍ରସାଦ ମହାନ୍ତି ମହିମାଙ୍କୁ ସାଂପ୍ରତିକ ଯୁଗର ଜଣେ ଯଶସ୍ୱିନୀ କବୀ ଭାବରେ ବର୍ଣ୍ଣନା କରିବା ସହିତ ତାଙ୍କ କବିତା ମାନବୀୟ ଚିନ୍ତା, ଚେତନା ଓ ଅନୁଭବ ଉପରେ ଆଧାରିତ ବୋଲି ମତବ୍ୟକ୍ତ କରିଥିଲେ । ସାଂପ୍ରତିକ ସମାଜର ବାସ୍ତବ ଚିତ୍ର ତାଙ୍କ କବିତାରେ ବେଶ୍‌ ପ୍ରତିଫଳିତ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଡ. ପ୍ରଫୁଲ୍ଲ କୁମାର ମହାନ୍ତି କହିଲେ, କବିଙ୍କର ବୟସ ଅନୁସାରେ କବିତାରେ ଗଭୀର ପରିପକ୍ୱତା ପରିଦୃଷ୍ଟ ହୁଏ । ତାଙ୍କଠାରେ ଉଜ୍ଜ୍ୱଳ କାବି୍ୟକ ପ୍ରତିଭାର ପରିଚୟ ମିଳେ ବୋଲି ସେ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ପ୍ରଫେସର ପାଲ୍‌କା ତାଙ୍କ ବକ୍ତବ୍ୟରେ କହିଲେ, ଶବ୍ଦ ଚୟନ, ଉପମା ଓ ରୂପକଳ୍ପର ବ୍ୟବହାର ଦୃଷ୍ଟିରୁ ଏହା କବୀ ମହିମାଙ୍କ ଏକ ଉଚ୍ଚକୋଟୀର କୃତି ।

ସେ ତାଙ୍କ କବିତାରେ ସାମାଜିକ ଜୀବନ ଯନ୍ତ୍ରଣା ସଂପର୍କରେ ଉଲ୍ଲେଖ କରିବା ସହିତ କବୀ ମହିମାଙ୍କୁ ନାରୀ ଜାତିର ଏକ ବଳିଷ୍ଠ ସ୍ୱର ବୋଲି ଆଲୋଚନା କରିଥିଲେ । ପ୍ରଫେସର ଆର୍ମଷ୍ଟ୍ରଙ୍ଗ ତାଙ୍କ ବକ୍ତବ୍ୟରେ ମହିମାଙ୍କ କବିତା ମାନବବାଦୀ ଦର୍ଶନ ଉପରେ ପର୍ଯ୍ୟବେଶିତ ବୋଲି କହିଥିଲେ । ସଭାପତି ଡ. ସ୍ୱାଇଁ ତାଙ୍କ ଅଭିଭାଷଣରେ ମହିମାଙ୍କ କୃତି ଅତ୍ୟନ୍ତ ଉଚ୍ଚକୋଟୀର ବୋଲି ମତ ଦେଇଥିଲେ । ସେ ତାଙ୍କଠାରେ ଉଜ୍ଜ୍ୱଳ ଭବିଷ୍ୟତର ଆଶା ପୋଷଣ କରିଥିଲେ । ପ୍ରାରମ୍ଭରେ ବିଶିଷ୍ଟ କବି ଡ. ବାସୁଦେବ ସୁନାନି ସ୍ୱାଗତ ଭାଷଣ ଦେଇ ମହିମାଙ୍କ କାବି୍ୟକ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ସଂସଦର ସଂପାଦକ ପ୍ରଫେସର ଡା. ନିରଞ୍ଜନ ତି୍ରପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବହୁ ବିଶିଷ୍ଟ ସାହିତି୍ୟକ ଓ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

Exit mobile version