ସିଦ୍ଧ ମହାପୁରୁଷ କାହ୍ନୁ ଗୋସ୍ୱାମୀଙ୍କ ବାର୍ଷିକ ଉତ୍ସବ ସାଧୁସନ୍ଥଙ୍କ ଧର୍ମୀୟ ସଭା ‘ଅଧ୍ୟାତ୍ମିକ ମାର୍ଗହିଁ ସତକର୍ମର ମାର୍ଗ ସୂଚାଇଥାଏ’

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) କୋରାଇ :- ଜୀବ ଓ ପରମ ଏକ ଏବଂ ଅଭିନ୍ନ । କର୍ମାନୁଯାୟୀ ମଣିଷକୁ ବାରମ୍ବାର ଜନ୍ମ ନେବାକୁ ପଡିଥାଏ । ଜନ୍ମରୁ ମୁକ୍ତିଲାଗି ଅଧ୍ୟାତ୍ମିକ ମାର୍ଗହିଁ ସତ୍ କର୍ମର ମାର୍ଗ ସୂଚାଇଥାଏ ବୋଲି ଧର୍ମୀୟ ସମ୍ମିଳନୀରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତର ଶଙ୍ଖଚିଲା ସ୍ଥିତ ନାଉଡପୁର ଗାଁରେଥିବା ସିଦ୍ଧ ମହାପୁରୁଷ କାହ୍ନୁ ଗୋସ୍ୱାମୀଙ୍କର ଆଜି ୯୨ତମ ବାର୍ଷିକ ଶ୍ରାଦ୍ଧୋତ୍ସବ । ଏହି ଅବସରରେ ସନ୍ଧ୍ୟାରେ ପୀଠସ୍ଥଳେ ଏକଧର୍ମୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । କମିଟିର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟଅତିଥିଭାବେ ବୃନ୍ଦାବନ କେଶୀଘାଟ ମାର୍ଗ କାଳୀ ମନ୍ଦିରର ମହନ୍ତମହାରାଜ ଡା.ଅଧିକାରୀ ଗୁରୁଜୀ ଯୋଗଦେଇ ମାୟାବନ୍ଧନରୁ ମୁକ୍ତିଲାଗି ବିଭୁଧ୍ୟାୟୀ ହେବାକୁ ଧର୍ମୀୟ ବାଣୀ ପ୍ରଦାନ କରିଥିଲେ ।

ସମ୍ମାନୀତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ବସନ୍ତକୁମାର ପାତ୍ର, ଅନ୍ୟତମ ଅତିଥିଭାବେ କୁମ୍ଭନାଗରା ବ୍ରହ୍ମସେବାଶ୍ରମର ଅଧ୍ୟକ୍ଷ ସ୍ୱମୀ ଉଦୟା ନନ୍ଦ ପର୍ବତ ଓ ପୋକପୁର ମଠ ଓଡ଼ିଶା ସାଧୁସନ୍ଥ ସମାଜର ସଂପାଦକ ଗୋସ୍ୱାମୀ ଦାସ ମହାରାଜ ପ୍ରମୁଖ ଯୋଗଦେଇ ଧର୍ମୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଅତିଥି ଓ ସାଧୁସନ୍ଥମାନଙ୍କୁ ହିଙ୍ଗୁଳା ଉଚ୍ଚବିଦ୍ୟାପୀଠାରୁ ନାଉପୁର ସ୍ଥିତ ମଠପୀଠ ଯାଏ କମିଟିପକ୍ଷରୁ ନାମସଂକୀନକରି ଶୋଭାଯାତ୍ରାରେ ନିଆଯାଇଥିଲା । କାହ୍ନୁ ଗୋସ୍ୱାମୀଙ୍କ ଶ୍ରାଦ୍ଧ ନିମନ୍ତେ ଆଜି ପୂର୍ବାହ୍ଣ ୮ଟାରେ ପୂଜା ଆରାଧନା ପୂର୍ବକ ବଡସିଂହାର ବେଶ ସହ ନାମସଂକୀର୍ତନ କରାଯାଇଥିଲା । ଅପରାହ୍ଣ ୪ଟାରେ ଭଜନ ସମାରୋହ ହେଇଥିଲା । ସନ୍ଧ୍ୟାରେ ଅନୁଷ୍ଠିତ ସମ୍ମିଳନୀରେ ଆଖପାଖ ଅଂଚଳରୁ ବହୁଆଧ୍ୟାତ୍ମବାଦୀ ଶ୍ରୋତା ଓ କାହ୍ନୁଗୋସ୍ୱାମୀଙ୍କ ଭକ୍ତ ଗଣ ସାମିଲ ହୋଇଥିଲେ ।

ଅନୁଷ୍ଠାନର ସଂପାଦକ ରଘୁନାଥ ବେହେରା କାହ୍ନୁ ଗୋସ୍ୱାମୀଙ୍କ ଉତ୍ସବ ଓ ସମ୍ମିଳନୀ ସଂପର୍କରେ ବିବରରଣୀି ପ୍ରଦାନ କରିଥିଲା ବେଳେ ଶେଷରେ ଅକ୍ଷୟକୁମାର ଜେନା ଧନ୍ୟବାଦ ଅର୍ପଣ ଦେଇଥିଲେ । କାର୍ଯ୍ୟକ୍ରମକୁ ରାମଚନ୍ଦ୍ର ସାହୁ, ଅନନ୍ତଚରଣ ମଲିକ, ଚକ୍ରଧର ସାହୁ, ମଦନମୋହନ ସାହୁ, ସଞ୍ଜୟକୁମାର ସାହୁ, ବିମଳେନ୍ଦୁ ପୃଷ୍ଟି, ଜୟନ୍ତକୁମାର ଗୁରୁ, ଧନେଶ୍ୱର ନାଥ ପ୍ରମୁଖ ଅନୁଷ୍ଠାନର କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ପୀଠସ୍ଥଳେ ଦିନତମାମ ବହୁସଂଖ୍ୟାରେ ଶ୍ରଦ୍ଧୁଳୁ ଯୋଗାଦେଇଥିବା ଦେଖାଯାଇଥିଲା । ଶୃଙ୍ଖଳାରକ୍ଷା ନିମନ୍ତେ ସ୍ଥାନୀୟ ଶଙ୍ଖଚିଲା ପୁଲିସ ଉପସ୍ଥିତ ରହିଥିଲା ବେଳେ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ କରୋନା କଟକଣା ଅନୁଯାୟୀ କରାଯାଇଥିଲା ।

Exit mobile version