
ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) କଳାହାଣ୍ଡି :- ରାଜ୍ୟ ସଭାରେ NIPER (ସଂଶୋଧନ) ବିଲ ୨୦୨୧ ଉପରେ ନିଜର ମନ୍ତବ୍ୟ ଉପସ୍ଥାପନ ସମୟରେ ବିଜେଡ଼ି ସାଂସଦ ସୁଜିତ କୁମାର କଳାହାଣ୍ଡି ଜିଲ୍ଲାରେ ଜାତୀୟ ଔଷଧ ପ୍ରଶିକ୍ଷଣ ଓ ଅନୁସନ୍ଧାନ ପ୍ରତିଷ୍ଠାନ ସ୍ଥାପନ ଲାଗି ଦାବି ଉପସ୍ଥାପନ କରିଛନ୍ତି । ନାଇପର ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନାରେ ଭାଗ ନେଇ ଶ୍ରୀ କୁମାର କଳାହାଣ୍ଡି ଏକ ଅରଣ୍ୟ ଓ ଆଦିବାସୀ ବହୁଳ ଜିଲ୍ଲା ଓ ଆକାଂକ୍ଷା ଜିଲ୍ଲା ଭାବରେ ଏହି ଭଲି ଏକ ପ୍ରତିଷ୍ଠାନ ଲାଗି ଯୋଗ୍ୟ ।

