ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଭତ୍ତା ବଣ୍ଟନ : ୪୯୫ ହିତାଧିକାରୀ – ମନ୍ତ୍ରୀ ଡ.ଅରୁଣ କୁମାର ସାହୁ , ଭତ୍ତା ବାଣ୍ଟିଲେ

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) ନୟାଗଡ଼ :- ନୟାଗଡ଼ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଆଜି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ନୟାଗଡ଼ ବ୍ଲକର ୪୯୫ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି ।

ଏଥି ମଧ୍ୟରୁ ୨୧୭ ଜଣ ବିଧବା ଭତ୍ତା ପାଇଥିବା ବେଳେ ୧୭୧ ଜଣ ଦିବ୍ୟାଙ୍ଗ ଓ ୧୦୭ ଜଣ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିଜିତ କଅଁର, ନୟାଗଡ଼ ବିଡିଓ ଭିକାରି ସାହୁ, ନୟାଗଡ଼ ବ୍ଲକ ଚେୟାରମ୍ୟାନ ଗୋଲାପ ଦଳବେହେରା, ବ୍ଲକ ଉପାଧ୍ୟକ୍ଷ ସୁବାଷ କଅଁର, ଭାରପ୍ରାପ୍ତ ବ୍ଲକ ସାମାଜିକ ଅଧିକାରୀ ଗଗନ ବିହାରି ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ନୟାଗଡ଼ ବ୍ଲକର ୨୯ ଗୋଟି ପଞ୍ଚାୟତର ହିତାଧିକାରି ଏହାର ଲାଭବାନ ପାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପିଇଓ ପ୍ରକାଶ ଦାସ ଓ ସତ୍ୟନାରାୟଣ ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Exit mobile version