Home ଓଡ଼ିଶା ପ୍ରମେୟ ନ୍ୟୁଜ ୭ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମ (ବାବାନୁର୍)ଙ୍କ ଅକାଳ ବିୟୋଗ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୦ ଡିସେମ୍ବର ଶୁକ୍ରବାର ) କଳାହାଣ୍ଡି :- ପ୍ରମେୟ ନ୍ୟୁଜ ୭ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମ (ବାବାନୁର୍)ଙ୍କ ଅକାଳ ବିୟୋଗ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲାର ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି । କିଛି ଦିନ ତଳେ ସାମ୍ବାଦିକ ମହମ୍ମଦ ଅସଲମଙ୍କ ବ୍ରେନ୍ ହେମରେଜ ହୋଇ ପ୍ରଥମେ ବେହୋସ୍ ହେବାରୁ ଭବାନୀପାଟଣା ଓ ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଗତ କାଲି ତାଙ୍କର ଦେହାନ୍ତ ହୋଇଥିଲା । ଏହା ଜଣାପଡିବା ପରେ ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ୍ ନର୍ଲା ଶାଖା ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ବାବାନୁରଙ୍କ ବିୟୋଗ କଳାହାଣ୍ଡି ସାମ୍ବାଦିକ ମାନଙ୍କ ପାଇଁ ଅପୂରଣୀୟ କ୍ଷତି ବୋଲି ଓଜେୟୁର ରାଜ୍ୟ ସାଧାରଣ ସମ୍ପାଦକ ଶଶୀଭୂଷଣ ପ୍ରହରାଜ ବାର୍ତ୍ତା ଦେଇଛନ୍ତି । ଦିବଂଗତ ସାମ୍ବାଦିକ ବାବାନୁର ଜଣେ ନିର୍ଭିକ ଓ ନିରପେକ୍ଷ ବିଚାର ସମ୍ପନ୍ନ ବ୍ୟକ୍ତି ଭାବେ ସମସ୍ତଙ୍କ ପ୍ରିୟପାତ୍ର ହୋଇ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ପରିଚିତ ହୋଇଥିଲେ। ତାଙ୍କ ବିୟୋଗରେ ଆଜି ଓଜେୟୁ ନର୍ଲା ଶାଖା ତଥା ନର୍ଲା ପ୍ରେସ ଆସୋସିଏସନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଦିବଂଗତ ଆତ୍ମାର ସଦଗତି ନିମନ୍ତେ ପ୍ରେସ ଆସୋସିଏସନର ସମସ୍ତ ସଦସ୍ୟଙ୍କ ପକ୍ଷରୁ ନିରବ ପ୍ରାର୍ଥନା ସହ ସ୍ମୃତି ଚାରଣ କରାଯାଇଛି । ନର୍ଲାର ବରିଷ୍ଠ ସାମ୍ବାଦିକ ଦୀପକ କୁମାର ଠାକୁର, ମନୋଜ କୁମାର ଷଡଙ୍ଗୀ, ତ୍ରିଲୋଚନ ଗଉଡ, ଭିକାରୀ ଗଉଡ, ଅଜୟ ସେନାପତି, ଡୋଳାମଣି ସାହୁ, ସନ୍ତୋଷ ପାତ୍ର,ପ୍ରଦୀପ କୁମାର ଗଉଡ, ଖଗେଶ୍ବର କୁମାର, ଅନୀଲ ଅଗ୍ରୱାଲ, ସଞ୍ଜିବ ଦାସ, ଅଜୟ ପଣ୍ଡା, ଜଗତରାମ ସାହୁ, ଗଣେଶ ଭୋଇ, ତପନ ସାହୁ ନୀଳକଣ୍ଠ ବେହେରା, କାଶୀନାଥ ଦାଶ ସମେତ ଜିଲ୍ଲା କର୍ମକର୍ତ୍ତା ଲକ୍ଷ୍ମଣ ସ୍ବାଇଁ ପ୍ରମୁଖ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026 ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026 ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ by Proprietor Abhimanyu Maharana September 11, 2026 ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026