ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ପକ୍ଷରୁ 66 ତମ ରେଳ ସପ୍ତାହ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର ରେଳ ଷ୍ଟେସନ ୟାର୍ଡ ସୁରକ୍ଷା ସିଲଡ଼ ଜିତିଛି ରାଜା ଆଠଗଡ ରେଳ ଷ୍ଟେସନ୍ କ୍ଷୁଦ୍ରତର ୟାର୍ଡର ସୁରକ୍ଷା ସିଲଡ଼ ଜିତିଛି

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଡିସେମ୍ବର ଶୁକ୍ରବାର ) ଖୋର୍ଦ୍ଧା ଜଟଣୀ  :-  ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳ ପକ୍ଷରୁ ଖୋର୍ଦ୍ଧା ରୋଡ୍ ରେତଙ୍ଗ କଲୋନୀ ରେଲୱେ କଲ୍ୟାଣ ମଣ୍ଡପ ରେ 66 ତମ ରେଳ ସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳନ କରାଯାଇଛି ଏହି ଉତ୍ସବରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପୂର୍ବତଟ ରେଳର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମହିଳା କଲ୍ୟାଣ ସଂଗଠନ ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା, ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍), ଶ୍ରୀ କଲ୍ୟାଣ ପଟ୍ଟନାୟକ ଏବଂ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଅଶୋକ କୁମାର ଏହି ଉତ୍ସବରେ ଆସନ ଅଳଙ୍କୃତ କରିଥିଲେ ।

ଏହି ଅବସରରେ ଶ୍ରୀ ରିଙ୍କେଶ ରୟ ନିଜ ଅଭିଭାଷଣରେ ସମସ୍ତ ପୁରସ୍କାର ବିଜେତାଙ୍କୁ ସେମାନଙ୍କର କର୍ତ୍ତବ୍ୟ ପ୍ରତି ନିଷ୍ଠା ଏବଂ ଅନୁରାଗ ପାଇଁ ଅଭିନନ୍ଦନ ଜଣାଇଛନ୍ତି ସେ ତାଙ୍କ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ପ୍ରଶଂସା କରି କହିଥିଲେ ଯେ ସେମାନଙ୍କ ନିରବଚ୍ଛିନ୍ନ ପ୍ରଚେଷ୍ଟା ପାଇଁ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ପୂର୍ବ ତଟ ରେଳ ଜୋନରେ ପାଳିତ 66 ତମ ରେଳ ସପ୍ତାହ ଉତ୍ସବରେ ସାମଗ୍ରିକ ଦକ୍ଷତା ସିଲ୍କ ସହିତ, ବିଭିନ୍ନ ବିଭାଗ ଏବଂ ଷ୍ଟେସନ ପାଇଁ ଅନ୍ୟ ଏଗାରଟି ସିଲଡ଼ ପ୍ରାପ୍ତ କରିଛି । ଏହା COVID-19 ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ହାସଲ କରାଯାଇପାରିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଚଳିତ ଆର୍ଥିକ ବର୍ଷ ରେ, ନଭେମ୍ବର -2021 ପର୍ଯ୍ୟନ୍ତ ଭାରତୀୟ ରେଳବାଇ ରେ ମାଲ୍ ପରିବହନରେ ଶୀର୍ଷ ସ୍ଥାନ ହାସଲ କରିଛି I ରେଳ ବ୍ୟବହାରକାରୀଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ସର୍ବଦା ସହଯୋଗ, ଶୃଙ୍ଖଳା ଏବଂ ଅଖଣ୍ଡତା ସହିତ କାର୍ଯ୍ୟ କରିବାକୁ ସେ କର୍ମଚାରୀମାନଙ୍କୁ ନିବେଦନ କରିଥିଲେ ।

ଏହି ପୁରସ୍କାର ବିତରଣ ଉସ୍ଛବର ପ୍ରାରମ୍ଭରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ପ୍ରବନ୍ଧକ, ଅନ୍ୟ ଅଧିକାରୀ, କର୍ମଚାରୀ ଏବଂ ଉପସ୍ଥିତ ଦର୍ଶକ ମହାମାରୀ କୋଭିଡ ସମୟରେ ଦେଶ ସେବା କରି ପ୍ରାଣବଳି ଦେଇଥିବା କୋଭିଡ ଯୋଦ୍ଧାଙ୍କ ସ୍ମରଣ ରେ ଏକ ମିନିଟ୍ ର ନୀରବ ପ୍ରାର୍ଥନା କରିଥିଲେ । ଉପରୋକ୍ତ ବାର୍ଷିକ ପୁରସ୍କାର ବିତରଣ ସମାରୋହରେ 91 ଗ୍ରୁପ୍-ସି କର୍ମଚାରୀ, 36 ଗ୍ରୁପ୍-ଡି କର୍ମଚାରୀ ଏବଂ 14ଟି ଗ୍ରୁପ ପୁରସ୍କାର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର କର୍ମଚାରୀମାନଙ୍କୁ ସେମାନଙ୍କର ଆନ୍ତରିକତା ଏବଂ ସମ୍ମାନଜନକ ସେବା ପାଇଁ ଉତ୍କର୍ଷ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଛି

ଭୁବନେଶ୍ୱର ଷ୍ଟେସନର ରେଳ ୟାର୍ଡ ବୃହତ ରେଳ ୟାର୍ଡ ମଧ୍ୟରେ ସୁରକ୍ଷା ସିଲଡ଼ ଜିତିଛି ଏବଂ ରାଜା ଆଠଗଡ ରେଳ ଷ୍ଟେସନ କ୍ଷୁଦ୍ରତର ରେଳ ୟାର୍ଡ ପାଇଁ ସୁରକ୍ଷା ସିଲଡ଼ ଜିତିଛି ଯାଜପୁର କେନ୍ଦୁଝର ରୋଡ’ର ସହକାରୀ ମଣ୍ଡଳ ଇଞ୍ଜିନିୟର ଶ୍ରୀ ଅଭିଷେକ ବଞ୍ଜରା ଇଞ୍ଜିନିୟରିଂ ଦକ୍ଷତା ସିଲଡ଼ ହାସଲ କରିଛନ୍ତି ଏହି ଅବସରରେ କର୍ମଚାରୀ, ତାଙ୍କର ପିଲା ଏବଂ ଭାରତ ସ୍କାଉଟ୍ସ – ଗାଇଡ୍ସର ଶିଶୁ ମାନଙ୍କ ଦ୍ୱାରା ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ଉତ୍ସବରେ ସମସ୍ତ ଶାଖା ଅଧିକାରୀ, ପୂର୍ବ ତଟ ରେଳବାଇ ମହିଳା କଲ୍ୟାଣ ସଂଗଠନର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ର ବରିଷ୍ଠ କାର୍ମିକ ଅଧିକାରୀ ଶ୍ରୀ ରଂଜନ କୁମାର ମହାନ୍ତି, ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Exit mobile version