Home ଓଡ଼ିଶା ଡିମ୍ପଲଙ୍କୁ ଛାଡ଼ି ସୁମିତ ଛୁ : କୋର୍ଟର ଆଦେଶକୁ ଭୁଲିଗଲେ ସୁମିତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୦ ଡିସେମ୍ବର ଶୁକ୍ରବାର ) ଭୁବନେଶ୍ୱର :- କୋର୍ଟର ଆଦେଶ ଅନୁସାରେ ଡିମ୍ପଲ ଓ ଡକ୍ଟର ସୁମିତ ନିଜ ନିଜର ପରିବାର ଠାରୁ ଦୂରରେ ରହୁ ଥିଲେ । ପ୍ରଥମେ କୋର୍ଟ ସେମାନଙ୍କୁ କାଉନସେଲିଂ କରି ଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କୁ ଏକାଠି ଏକ ରୁଦ୍ଧ କୋଠରୀରେ ଛଡାଯାଇ ଅନ୍ୟମାନଙ୍କୁ ନିଷେଧାଦେଶ ଜାରି କରାଯାଇଥିଲା । ଏହାପରେ କୋର୍ଟ ସେମାନଙ୍କୁ ଏକ ଘରେ ୭ ଦିନ ପାଇଁ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଜାଗାଟି ଥିଲା ଆସିକା ଚିନିକଳ ଅତିଥି ଭବନ । ଗୋଟିଏ ଥର ୭ ଦିନ ରହିସାରିବା ପରେ ଆଉ ୭ ଦିନ ରହିବା ପାଇଁ କୋର୍ଟଙ୍କ ଆଦେଶ ଥିଲା । ଯେଉଁଠାକୁ କାହାରି ପକ୍ଷରୁ କୌଣସି ଲୋକ ଯାଇପାରିବେ ନାହିଁ । ସେମାନେ ମାତା ପିତା ହୁଅନ୍ତୁ ଅବା ବନ୍ଧୁ ବାନ୍ଧବ ସମସ୍ତଙ୍କ ପାଇଁ ନିଷେଦ୍ଧାଦେଶ ଥିଲା । ଏମିତିରେ ସେମାନଙ୍କୁ ପୋଲିସ କର୍ଡନ ଭିତରେ ରଖାଯାଇଥିଲା । ଏପରି କରିବାର ଉଦ୍ଦେଶ୍ୟ ଥିଲା ଯେ କୋର୍ଟ ଚାହୁଁଛନ୍ତି ସେମାନେ ପୁଣି ମିଶି ସ୍ୱାମୀ ସ୍ତ୍ରୀ ହୋଇ ରୁହନ୍ତୁ । ଏଥିପାଇଁ ଡିମ୍ପଲ ଦୀର୍ଘ ୧୧ ଦିନ ଧରି କୋର୍ଟ ସାମ୍ନାରେ କ୍ୟାମ୍ପ ପକାଇ ଅନସନରେ ବସିଥିଲେ । ଏମିତିରେ ଡିମ୍ପଲ କହିଛନ୍ତି କି ତାଙ୍କର ଯଦି ଇଚ୍ଛା ନଥିଲା ସେ ମୋତେ ବିବାହ କରୁଥିଲେ କେମିତି ? ସିଏ ଜଣେ ୬ ବର୍ଷ ପାଠ ପଢ଼ିଥିବା ଡାକ୍ତର । ମୁଁ ତାଙ୍କୁ ବିବାହ କରିନାହିଁ ଅୟସରେ ରହିବା ପାଇଁ ସିଏ ଯେମିତି ରଖିବେ ମୁଁ ସେମିତି ରହିବି । ମୁଁ ବାରଣ୍ଡାରେ ଶୋଇବା ବେଳେ ସିଏ ମଧ୍ୟ ମୋ ସହିତ ଶୋଇଛନ୍ତି । ଏତେ ସବୁ କଥା ହେଲା ପରେ ଡକ୍ଟର ସୁମିତ ସବୁକୁ ଭୁଲ୍ ପ୍ରମାଣ କରି ଫେରାର । ସନ୍ଧ୍ୟା ହେଲା ତପସ୍ୱିନୀ ବର୍ତ୍ତମାନ ସେ ଜାଗାରେ ଏକୁଟିଆ । ସିଏ କହିଛନ୍ତି ଭଗବାନଙ୍କୁ ଭରସା କରି ସେଇଠି ପଡି ରହିବେ । Categories: ଓଡ଼ିଶା, ଗଞ୍ଜାମ, ମହାନଗର, ହୋମ୍ Related Content ଓଡ଼ିଶା କ୍ରାଫ୍ଟ ଓଡିସି ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରା ସମ୍ପର୍କିତ ବିସ୍ତୃତ ତଥ୍ୟ ଥିବା ଦ୍ୱିଭାଷୀ ପୁସ୍ତକ ଚାନ୍ଦୁଆ : କାନୋପିଜ୍ ଅଫ୍ ଲେବର ପ୍ରଚଳନ କଲା by Proprietor Abhimanyu Maharana September 20, 2026 Odisha Craft Odyssey Launches Chandua : Canopies of Labour, a Bilingual Book Documenting Odisha’s Living Appliqué Traditions by Proprietor Abhimanyu Maharana September 20, 2026 ପରମ୍ପରା କଳା ବିକାଶ କେନ୍ଦ୍ର, ସେମଲା ତରଫରୁ ନୁଆଁଖାଇ ଭେଟ ସମାପନ by Proprietor Abhimanyu Maharana September 20, 2026 ନିଜ ଦୋଷ ଲୁଚାଇବା ପାଇଁ ଶିକ୍ଷକ ବନମାଳୀ ପ୍ରଧାନ ଙ୍କ ପ୍ରଚେଷ୍ଠା ଆରମ୍ଭ by Proprietor Abhimanyu Maharana September 20, 2026 ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 20, 2026 ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମୀକ୍ଷା ବୈଠକ by Proprietor Abhimanyu Maharana September 20, 2026