ଓଡ଼ିଶା ତାଜା ନ୍ୟୁଜ୍ (୧୦ ଡିସେମ୍ବର ଶୁକ୍ରବାର ) ଭୁବନେଶ୍ୱର :- ଆଜି ପୁଣି ରଣାଙ୍ଗନରେ ପରିଣତ ହେଲା ମାଷ୍ଟର କ୍ୟାଣ୍ଟିନ ଏରିଆ । ଗତକାଲି ବିଧାନସଭା ଆଗ ଥିଲା ରଣାଙ୍ଗନ । ଗତକାଲି ବିଜେପି ଯୁବମୋର୍ଚ୍ଚା ତରଫରୁ ବିଧାନସଭା ଘେରାଉ ଉଦ୍ୟମ କରି ମାଷ୍ଟର କ୍ୟାଣ୍ଟିନ ପଟରୁ ପିଏମଜି ଛକ ଆଡ଼କୁ ମାଡ଼ି ଆସିଥିଲେ । ମମିତା ମୃତ୍ୟୁକୁ ନେଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ବିଜେପି ଯୁବମୋର୍ଚ୍ଚା ସଭାପତି ଇରାସିସ ଆଚାର୍ଯ୍ୟଙ୍କ ଡାକରାରେ ହଜାର ହଜାର ସଂଖ୍ୟାରେ ଜନସମାଗମ ହୋଇଥିଲା ।
ମାତ୍ର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଧସେଇ ପଶିବା ବେଳେ ପୋଲିସ ପକ୍ଷରୁ ପ୍ରୋଟେଷ୍ଟ କରାଯାଇଥିଲା । ଏହାର ପ୍ରତିବାଦରେ ପୋଲିସ ଉପରକୁ ଢେଲା ପଥର ମାଡ଼ କରାଯାଇଥିଲା । ଏଥିରେ ସାମ୍ବାଦିକ ଓ ପୋଲିସଙ୍କର ମୁଣ୍ଡ ଫାଟି ଆହତ ହୋଇଥିଲେ । ଯାହାର ତଦନ୍ତ ଚାଲିଛି ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି । ଆଜି ପୁଣି ଏହାର ପୁନରାବୃତ୍ତି ହୋଇଛି । ଆଜି ପୁଣି ଛାତ୍ର କ°ଗ୍ରେସ ତରଫରୁ ବିଧାନସଭା ଘେରାଉ କରାଯିବା ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
