ଗଜପତି ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉ୪,୨୦୦ଲିଟର ମହୁଲ ପୋଚ :  ୬୧୫ଲିଟର ଦେଶୀ ରନ୍ଧା ମଦ ସହମୋଟର – ସାଇକେଲ ଜବତ ୩ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଡିସେମ୍ବର ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାପାଳଙ୍କ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଭାତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି।ଏହି ମିଳିତ ଅବକାରୀ ଚଢ଼ାଉ ଜିଲ୍ଲାର ସିଙ୍ଗିପୁର, ନେରିଡ଼ି ଗୁଡ଼ା , ଗାରବନ୍ଧ, ପାରଳାଖେମୁଣ୍ଡି ଟାଉନର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୪୨୦୦ ଲିଟର ମହୁଲ ପୋଚ, ୬୧୫ ଲିଟର ଦେଶୀ ରନ୍ଧା ମଦ, ଗୋଟିଏ ମଟର ସାଇକେଲ ଏବଂ ବହୁ ପରିମାଣର ମଦରନ୍ଧା ସାମଗ୍ରୀ ମାନ ଜବତ କରାଯାଇଛି।

ଏଥିସହିତ ୩ଜଣ ଆସାମୀକୁ ଗରିଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ପାରଳାଖେମୁଣ୍ଡି ପୋଲିସ୍ ଅଧକାରୀ ଓ କର୍ମଚାରୀଙ୍କ ସମେତ ଅବକାରୀ ବିଭାଗର ଇନିସ୍ପେକ୍ଟର ଶ୍ରୀବାଳକୃଷ୍ଣପରିଡାଓଇନିସ୍ପେକ୍ଟର ପ୍ରକାଶ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ଥିଲେ।ଏ ସବୁ ଜବତ ମହୁଲି ମଦ, ପୋଚ, ମଦରନ୍ଧା ସାମଗ୍ରୀ ଓ ମଟର ସାଇକଲ ସବୁର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି ।

Exit mobile version