Home ଓଡ଼ିଶା ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୧୦ ଡିସେମ୍ବର ଶୁକ୍ରବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତିର ସଭାଗୃହ ପରିସରରେ ଅନ୍ତରଙ୍ଗ, କନ୍ଧମାଳ ଦ୍ଵାରା ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଉପଖଣ୍ଡ ପୋଲିସ ଅଧିକାରୀ ଗୁନ୍ଦାଲାଲ ରେଡି ରାଘବେନ୍ଦ୍ର ଯୋଗ ଦେଇଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମଞ୍ଜୁଳା ପ୍ରଧାନ, ଜିଲ୍ଲା ଶିଶୁ ଅଧିକାରୀ ରଶ୍ମିତା କରଣ, ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ପଣ୍ଡା, ସି.ଡବ୍ଲ୍ୟୁ. ସି ସଦସ୍ୟା ଜୟନ୍ତୀ ପାଣିଗ୍ରାହୀ, ଏକ୍ସନଏଡର ସଂଯୋଜିକା ସ୍ଵାତୀ ତନ୍ମୟା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ l ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା, ପ୍ରଦାତ୍ତା ଅନୁଷ୍ଠାନର ସମ୍ପାଦକ ପ୍ରଦୀପ କୁମାର ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ରଘବେନ୍ଦ୍ର ବାଲ୍ୟ ବିବାହ ରୋକିବାରେ ପୋଲିସ ପ୍ରଶାସନର ଦାୟିତ୍ଵ ଓ ଆଇନ୍ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରଧାନ କନ୍ଧମାଳ ଜିଲ୍ଲାରେ ବାଲ୍ୟ ବିବାହର ସ୍ଥିତି ଓ ଜିଲ୍ଲା ପ୍ରଶାସନ ଦ୍ଵାରା ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଉପସ୍ଥାପନା କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିତା କରଣ ବାଲ୍ୟ ବିବାହ ଓ ଏହାର ନିରାକରଣ ପାଇଁ ଆଇନର ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ଶ୍ରୀ ପଣ୍ଡା ବାଲ୍ୟ ବିବାହ ପ୍ରତିରୋଧରେ ଚାଇଲ୍ଡ ଲାଇନର ଭୂମିକା ବିଷୟରେ ଆଲୋକପାତ କରିଥିଲେ। ଅକ୍ସନ୍ ଏଡର ସଂଯୋଜିକା ସ୍ଵାତୀ ତନ୍ମୟା ମିଶ୍ର କନ୍ଧମାଳ ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ୟୁନିସେଫ୍ ଓ ଆକ୍ସନଏଡର ଦାୟିତ୍ଵ ଓ ଭୂମିକା ଉପରେ ଆଲୋକପାତ କରିଥିଲେ। ସିଡବ୍ଲ୍ୟୁସିର ସଦସ୍ୟା ଜୟନ୍ତୀ ପାଣିଗ୍ରାହୀ ବାଲ୍ୟ ବିବାହ ରୋକିବାର ପରବର୍ତ୍ତୀ ଅବସ୍ଥାରେ ଜିଲ୍ଲା ପ୍ରଶାସନର ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ୨୦୧୭ ମସିହାରୁ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରୟାସ କରି ଆସୁଥିବା ଅନ୍ତରଙ୍ଗର ଏକ ଶାଖା ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ଚଳିତ ବର୍ଷ ୫ମ ବାର୍ଷିକ ସମ୍ମିଳନୀ ଉତ୍ସବ ପାଳନ କରାଯାଇଛି। କନ୍ଧମାଳ ଜିଲ୍ଲାର ବାରଟି ବ୍ଲକର ତୃଣମୂଳ ସ୍ତରରୁ ଏହାର ସଦସ୍ୟ ସଦସ୍ୟାମାନେ ଶିଶୁ ସୁରକ୍ଷା ସମେତ ବାଲ୍ୟ ବିବାହକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣକରି ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ସହ ମିଳିତ ଭାବେ ବାଲ୍ୟ ବିବାହ ରୋକିବାରେ ସଫଳ ହେଉଥିବା ଦେଖିବାକୁ ମିଳୁଛି। କାର୍ଯ୍ୟକ୍ରମରେ ବାଲିଗୁଡା, ଦାରିଙ୍ଗବାଡି, କ. ନୂଆଗାଁ, ତୁମୁଡ଼ିବନ୍ଧ, କୋଟଗଡ଼ ଓ ରାଇକିଆ ବ୍ଲକର ଶାଠିଏ ଜଣ ସଦସ୍ୟା ଓ ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ। ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ଅତିଥିମାନଙ୍କୁ ସ୍ଵାଗତ କରିବା ସହିତ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଗଠନ ବିଷୟରେ ସୂଚନା ଦେଇଥିଲେ। ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ସମ୍ପାଦିକା ବିଷ୍ଣୁପ୍ରିୟା ପ୍ରଧାନ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଦ୍ବାରା କରାଯାଇଥିବା କାର୍ଯ୍ୟକ୍ରମ ଏବଂ ବାର୍ଷିକ ବିବରଣୀ ଓ ବାଲ୍ୟ ବିବାହ ରୋକିବାରେ ସମସ୍ୟା ଗୁଡ଼ିକ ଉପସ୍ଥାପନା କରିଥିଲେ। ଅନ୍ତରଙ୍ଗ ଯୁବ ମହାସଂଘର ସଭାପତି ଦିଲ୍ଲୀପ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ନୀଳମାଧବ ପତ୍ର, ଧନେଶ୍ଵର ସାହୁ, ଅକ୍ଷୟ କୁମାର ନାୟକ, ପାନୁଏଲ୍ ନାୟକ, ସୁନୀତା ଦିଗାଲ, କୌଶଲ୍ୟା ସାହୁ, କୁଞ୍ଜବନ କହଁର, ରଜଦେବ ପ୍ରଧାନ, ହେମାନନ୍ଦ ପ୍ରଧାନ, ପଦ୍ମଚରଣ ଦେଶିନାୟକ ଓ ଇନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ସିଲଭର ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଭବ୍ୟ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 Chief Minister warmly felicitates Silver Gandhi by Proprietor Abhimanyu Maharana October 8, 2026 ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026