ରାଜ୍ୟରେ ଜଣେ ଆଦର୍ଶ ପ୍ରଧ୍ୟାପକ ଭାବେ ପରିଚିତ ଡ. ହରିହର ପଣ୍ଡାଙ୍କ ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଡିସେମ୍ବର ବୁଧବାର ) ପାରଳାଖେମୁଣ୍ଡି :-  ଆଦର୍ଶ ପ୍ରଧ୍ୟାପକ ଡ.ହରିହର ପଣ୍ଡାଙ୍କ ଆଜି ପରଲୋକ ଘଟିଛି । ସ୍ୱର୍ଗତ ପଣ୍ଡା ଆଜି ସକାଳେ ନିଜର ନିତ୍ୟ କର୍ମ ସାରି ଶିବ ମନ୍ଦିରକୁ ଯାଉଥିବା ବେଳେ ହଠାତ୍ ଅସୁସ୍ଥତା ଅନୁଭବ କରି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସସ୍ତରିୟ ମୁଖ୍ୟ ଡାକ୍ତର ଖାନାକୁ ନିଜେ ଚାଲିଚାଲି ଯାଇ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିଥିଲେ । ଡାକ୍ତର ଆବଶ୍ୟକ ଚିକିତ୍ସା ଆରମ୍ଭ କରୁଥିବା ବେଳେ ତାଙ୍କର ପରଲୋକ ଘଟିଥିଲା । ବ୍ରେନ୍ ଷ୍ଟ୍ରୋକ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ସୁଚନା ମିଳିଛି । ସ୍ୱର୍ଗତ ପଣ୍ଡା ପାରଳାଖେମୁଣ୍ଡି ଗଜପତି କଲେଜରେ ପଦାର୍ଥ ବିଜ୍ଞାନରେ ବହୁ ବର୍ଷ ରିଡର ଭାବେ ଦାୟିତ୍ୱ ତୁଲାଇ ଛାତ୍ରଛାତ୍ରୀ ଓ ଅଭିଭାବଙ୍କ ବେଶ ପ୍ରିୟପାତ୍ର ହୋଇପାରିଥିଲେ ।

ତାଙ୍କର ଶିକ୍ଷାଦାନ ପଦ୍ଧତ୍ତି ଅତ୍ୟନ୍ତ ସରଳ ଓ ଉଚ୍ଚ କୋଟିର ଥିବା ଯୋଗୁଁ ସେ ଛାତ୍ରବତ୍ସଳ ପ୍ରଧ୍ୟାପକ ଭାବେ ବେଶ ପରିଚିତ ଥିଲେ । ଗଜପତି ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ମଧ୍ୟ କିଛି ଦିନ ଦାୟିତ୍ୱ ତୁଲାଇ ପାରଳାଖେମୁଣ୍ଡି ଗଜପତି ମହାବିଦ୍ୟଳୟରୁ ହିଁ ଅବସର ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ପାରଳାଖେମୁଣ୍ଡି ସହରର ବିଭିନ୍ନ ମହଲରୁ ଗଭିର ଶୋକ ପ୍ରକାଶ ପାଇଛି । ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ,ପୁର୍ବତନ ପାରଳା ନଗରପାଳ ନୃସିଂହ ଚରଣ ପଟ୍ଟନାୟକ,କଂଗ୍ରେସ ନେତା ବସନ୍ତ କୁମାର ପଣ୍ଡା,ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ବରିଷ୍ଠ ବିଜେଡି ନେତା ବସନ୍ତ ଦାସ,

ବାର ଆସୋସିଏସନର ସଭାପତି ରାମନାଥ ମିଶ୍ର,ଗଜପତି କଲେଜର ଆଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଏବଂ ପାରଳା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଅଧ୍ୟାପିକା କର୍ମଚାରୀ ଓ ଛାତ୍ରୀମାନେ ଗଭିର ଶୋକ ପପ୍ରକାଶ କରି ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ସେହିପରି ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡଧ୍ୱଜ ଚୌଧୁରୀ ସାଧାରଣ ସଂମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା,ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ,ରଶ୍ମିରଞ୍ଜନ ମିଶ୍ର,ରାଜେନ୍ଦ୍ର ଭୁକ୍ତା,ଶିଶିର ଗୌଡ,କୃଷ୍ମ କୁମାର ବେହେରା ,ବୀର କିଶୋର ପଟ୍ଟନାୟକ,ନରସିଂହ ପଟ୍ଟନାୟକ,ଏ.ରାମୁ ପ୍ରମୁଖ ଗଭିର ଶୋକ ବ୍ୟକ୍ତ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ସ୍ୱର୍ଗତ ପଣ୍ଡାଙ୍କ ମର ଶରିରକୁ ଆଜି ମହେନ୍ଦ୍ର ତନୟା ନଦୀ ତଟର ଶ୍ମଶାନଘାଟରେ ସତ୍କାର କରାଯାଇଛି ।

Exit mobile version