ତହସିଲଦାର ଙ୍କ ଚଢ଼ାଉ, ବାଲି,ପଥର ଚୋରା ଚାଲାଣ କାରୀ ଙ୍କ ମଧ୍ୟରେ ଛନକା

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଡିସେମ୍ବର ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ପ୍ରଳୟ ନନ୍ଦ ଶତପଥୀ ଯୋଗ ଦେବା ପରଠାରୁ ବାଲି ଓ ପଥର ଚୋରା ଚାଲାଣ ବନ୍ଦ ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ବିଭିନ୍ନ ସ୍ଥାନରେ ଚଢାଉ କରି ଫାଇନ ଆଦାୟ କରିବା ଦ୍ୱାରା ରାଜସ୍ବ ବୃଦ୍ଧି ହେବା ସହ ଚୋରା ଚାଲାଣ କାରୀ ଙ୍କ ମଧ୍ୟରେ ଏକ ପ୍ରକାର ଛନକା ସୃଷ୍ଟି ହୋଇଛି ।

ତହସିଲଦାର ଶ୍ରୀ ଶତପଥି ନୂଆଗାଁ ବ୍ଲକ୍ କାପ୍ତା ପଲ୍ଲୀ ଓ ବାହାଡ ଝୋଲା ଅଞ୍ଚଳରେ ବାଲି ଓ ପଥର ଚୋରା ଚାଲାଣ ବନ୍ଦ ବିଭିନ୍ନ ସ୍ଥାନ ବୁଲି ଫେରିବା ସମୟରେ ବିନା ୱାଈ ଫର୍ମ ରେ ମେଣ୍ଟାଲ ନେଇ ଯାଉଥିବା ଏକ ଗାଡ଼ି କୁ ଜବତ କରି ୨୪ ହଜାର ଫାଇନ ଆଦାୟ କରିଥିଲେ ।

ଆଗାମୀ ଦିନରେ ବାଲି ଓ ପଥର ଚୋରା ଚାଲାଣ ବନ୍ଦ ପାଇଁ ଏଭଳି ଚଢ଼ାଉ ଜାରି ରହିବ ବୋଲି ତହସିଲଦାର ପ୍ରଳୟ ନନ୍ଦ ଶତପଥୀ କହିଛନ୍ତି । ରାଜସ୍ବ ବୃଦ୍ଧି ପାଇଁ ତହସିଲଦାର ଙ୍କ ଏଭଳି ପଦକ୍ଷେପ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Exit mobile version