ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଯୁବତୀଙ୍କୁ ଅଶାଳୀନ ବ୍ୟବହାର କୁ କେନ୍ଦ୍ର କରି ଉତ୍ତେଜନା

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଡିସେମ୍ବର ବୁଧବାର ) ଭୁବନେଶ୍ୱର :-  କ୍ୟାପିଟାଲ ଥାନା ଅନ୍ତର୍ଗତ ମାଷ୍ଟର କ୍ୟାଣ୍ଟିନ ଛକରେ ବସ ରୁ ଓଲ୍ହାଇବା ସମୟରେ ସେଠାରେ ଉପସ୍ଥିତ ଥିବା ଜୈନକ ନିଶାଗ୍ରସ୍ତ ବ୍ୟକ୍ତି ଯୁବତୀଙ୍କ ଶରୀର ସ୍ପର୍ଶ କରିବା ସହ ଅଶାଳୀନ ବ୍ୟବହାର କରିବା ରୁ ଯୁବତୀ ଜଣକ ଏହାର ପ୍ରତିବାଦ କରି ଚିତ୍କାର କରିଥଲେ । ଏହି ସମୟରେ ଅଭିଯୁକ୍ତ ଜଣକ ଦୌଡ଼ି ପଳାଇ ଯାଉଥିବା ସମୟରେ ସେଠାରେ ଉପସ୍ଥିତ ଥିବା

କେତେକ ସ୍ଥାନୀୟ ଯୁବକ ଓ ଉଠା ଦୋକାନୀ ଗୋଡ଼ାଇ ଗୋଡ଼ାଇ” ମୋ ବସ ଟର୍ମିନାଲ” ନିକଟରୁ ଅଭିଯୁକ୍ତ କୁ କବ୍ଜା କୁ ନେଇ ନିକଟରେ ଥିବା ଆରକ୍ଷୀ ସହାୟତା କେନ୍ଦ୍ର ରେ ଜିମା ଦେଇଥିଲେ ।ପରେ କ୍ୟାପିଟାଲ ଥାନା ମହିଳା ଆଇ ଆଇ ସି ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କ ଠାରୁ ଏଫ ଆଇ ଆର ଗ୍ରହଣ କରି ଅଭିଯୁକ୍ତ ବ୍ୟକ୍ତିଙ୍କୁ ନିଜ ହେପାଯତ କୁ ନେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Exit mobile version