ନୟାଗଡ଼ ଜିଲ୍ଲା କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘ – ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଡିସେମ୍ବର ବୁଧବାର ) ନୟାଗଡ଼ :- “ନୟାଗଡ଼ଜିଲ୍ଲା କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘ”ର ବାର୍ଷିକ ବୈଠକ ନୟାଗଡର ପୁରୁଣା ସହରସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ସଭାପତି ରାଜକିଶୋର ବେହେରାଙ୍କ ସଭାପତିତ୍ବରେ ପରିଚାଳିତ ଏହି ବୈଠକରେ ଆସନ୍ତା ୨୦୨୨ନୂଆବର୍ଷ ପାଳନ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଜାନୁଆରୀ ୫ତାରିଖରେ ସମସ୍ତ ସଭ୍ୟସଭ୍ୟାବନ୍ଧୁମାନେ ଗଣିଆ ବ୍ଲକ ଅନ୍ତର୍ଗତ ବଡମୂଳ , ସାତକୋଶିଆ ଗଣ୍ଡ,ସିଧାମୂଳା ଗୋକୁଳାନନ୍ଦ – ଇକୋଟୁରିଜିମ୍ , କଣ୍ଟିଲୋ ନୀଳମାଧବ,ଶବରପୀଠ କାଳିଆ ପଲ୍ଲୀ ର ଧାଙ୍ଗେଡିପାହାଡ, ଖଣ୍ଡପଡ଼ାସ୍ଥିତ ପଠାଣସାମନ୍ତ ବ୍ୟାଖ୍ୟାନ କେନ୍ଦ୍ର ଆଦି ପରିଭ୍ରମଣକରିବା ନିମନ୍ତେ ନିଷ୍ପତ୍ତି କରାଯାଇଥିଲା ।

ମହାସଂଘର ଉପଦେଷ୍ଟା ଶ୍ରମିକନେତା ଶ୍ରୀକାନ୍ତ ପଟ୍ଟନାୟକ ଯୋଗଦେଇ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ସାଧାରଣ ସମ୍ପାଦକ ବସୁଦେବ ମହାନ୍ତି, ଉପସଭାପତି ପ୍ରକାଶ ମହାନ୍ତି, ରଘୁନାଥ ମହାରଣା ପ୍ରମୁଖ ଯୋଗଦାନ କରିଥିଲେ ।

Exit mobile version