ଓଡ଼ଗାଁ ପ୍ରଶାସନ ଦ୍ବାରା ଜବରଦଖଲ ଉଚ୍ଛେଦ

ଓଡ଼ିଶା ତାଜା ନ୍ୟୁଜ୍ ( ୦୭ ଡିସେମ୍ବର , ମଙ୍ଗଳବାର ) ଓଡ଼ଗାଁ :- ଓଡ଼ଗାଁ ତହସିଲ ଅନ୍ତର୍ଗତ ପନ୍ତିଖାରି ପଞ୍ଚାୟତର ପନ୍ତିଖାରି ଗ୍ରାମର ଗୋଚର ଜମିକୁ ସେହି ଗ୍ରାମର କିଛି ବ୍ୟକ୍ତି ବହୁବର୍ଷଧରି ଦଖଲ କରିବା ସହିତ ଗାଇଗୁହାଳ ନିର୍ମାଣକରି ସେଠାରେ ରହି ଆସୁଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଦଖଲ କରିଥିବା ଜମି ଛାଡିବାପାଇଁ ନୋଟିସ କରାଯାଇଥିଲେ ମଧ୍ୟ କେହିହେଲେ କର୍ଣ୍ଣପାତ କରିନଥିଲେ। ତେଣୁ ଆଜି ପ୍ରଶାସନ ପକ୍ଷରୁ ଏହିଜମିକୁ ଉଚ୍ଛେଦ କରାଯାଇଛି ।

ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ରାଜସ୍ୱ ପରିଦର୍ଶକ ବିରଞ୍ଚି ନାରାୟଣ ମାଝୀ, ଓଡ଼ଗାଁ ରାଜସ୍ୱ ନିରୀକ୍ଷକ ବଳରାମ ସାହୁ, କୋମଣ୍ଡ ରାଜସ୍ୱ ନିରୀକ୍ଷକ ସୁଧୀର କୁମାର ପରିଡା ପ୍ରମୁଖ ଏହି ଉଚ୍ଛେଦ ପ୍ରକ୍ରିୟାରେ ସାମିଲ ଥିଲେ । ଶୃଙ୍ଖଳା ରକ୍ଷା ପାଇଁ ଆଦର୍ଶ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟାୟତଙ୍କ ସମେତ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Exit mobile version