ଚାଷୀଙ୍କୁ ସହାୟତା ଦାବି କଲା କଂଗ୍ରେସ – ଓଡ଼ଗାଁ

ଓଡ଼ିଶା ତାଜା ନ୍ୟୁଜ୍ ( ୦୬ ଡିସେମ୍ବର, ସୋମବାର ) ଓଡ଼ଗାଁ :- ବାତ୍ୟା ‘ଜୱାଦ’ ପ୍ରଭାବରେ ବର୍ଷାଯୋଗୁଁ ଜଳମଗ୍ନ ହୋଇଛି ଚାଷଜମି । ଫଳରେ ଜମି ଗୁଡିକରେ ଧାନଗଛ ସବୁ ପାଣିରେ ବୁଡି ରହିଥିବା ବେଳେ ଚାଷୀର ସୁନାର ଫସଲ ଉଜୁଡିଯାଇଛି ଏବଂ ସେହି ମେରୁଦଣ୍ଡ ଭାଙ୍ଗିଯାଇଛି । ଏଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପନେଇ ସଠିକ ମୂଲ୍ୟାଙ୍କନ କରି ଚାଷୀ ମାନଙ୍କୁ ଆର୍ଥିକ ସହାୟତା ରାଶି କ୍ଷତିଗ୍ରସ୍ତ ଚାଷୀଙ୍କୁ ଯୋଗାଇ ଦେବାକୁ ଦାବୀ କରିଛି କଂଗ୍ରେସ ।

ଏନେଇ ଓଡ଼ଗାଁ ତହସିଲଦାର ବିଜୟିତା ସାମନ୍ତସିଂହାରଙ୍କୁ ଆଜି ଓଡ଼ଗାଁ ବ୍ଲକ କଂଗ୍ରେସ ପକ୍ଷରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ବ୍ଳକ କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଏନ.ଏ.ସି ସଭାପତି ଜଗନ୍ନାଥ ନାୟକ, ଶ୍ରୀନିବାସ ନାୟକ, ଦେବରାଜ ପାଢ଼ୀ, ରାଧାକାନ୍ତ ମହାପାତ୍ର, ନିରଞ୍ଜନ ରାଉତ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସୋମନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version