ମହାଯୋଗୀ ଶ୍ରୀ ଅରବିନ୍ଦ ଙ୍କ ୧୫୦ତମ ଜନ୍ମୋତ୍ସବ ପାଳନ – ବରଗଡ଼

ଓଡ଼ିଶା ତାଜା ନ୍ୟୁଜ୍ (୦୬ ଡିସେମ୍ବର ସୋମବାର ) ବରଗଡ଼ :- ଅତାବିରା ବ୍ଲକ ଅନ୍ତର୍ଗତ କାଠଡେରାଠାରେ ପରମ ପ୍ରଭୁ ମହାଯୋଗୀ ଶ୍ରୀ ଅରବିନ୍ଦ ଙ୍କ ଜନ୍ମ ବାର୍ଷିକୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ପାଳିତ ହୋଇଯାଇଛି । ୧୫ଅଗଷ୍ଟ ୨୦୨୧ ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ସର୍ବ ଭାରତୀୟ ସ୍ତରରେ ପାଳିତ ହେଉଥିବା ୧୫୦ ଜନ୍ମ ବାର୍ଷିକି ପାଳନ ଅବସରରେ

ମାତୃ ନିଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗଦେଇ ମହାଯୋଗୀ ଶ୍ରୀ ଅରବିନ୍ଦ ଙ୍କ ସାଧନା ଓ ଯୋଗ ସଂପର୍କରେ ଆଲୋଚନା କରିବା ସହ ତାଙ୍କ ଲିଖିତ ‘ସାବିତ୍ରୀ’ ପୁସ୍ତକ ର ତତ୍ବ ଓ ମହନୀୟତା ସଂପର୍କରେ ପ୍ରକାଶ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସୁରେଶ୍ଵର ଶତପଥୀ,ଭାଜପା ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ପ୍ରମୁଖ ମଞ୍ଚାସୀନ ଥିଲେ । ସ୍କୁଲ ର ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Exit mobile version