Home ଓଡ଼ିଶା ତେରେସିଂହା କୌଶିକ ବାବା ଡିଗ୍ରୀ କଲେଜରେ ସ୍ୱାଗତ ଉତ୍ସବ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ୍ (୦୬ ଡିସେମ୍ବର ସୋମବାର ) କଳାହାଣ୍ଡି :- କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା କୌଶିକ ବାବା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଥମବର୍ଷ ଛାତ୍ରଛାତ୍ରୀମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଏକ ସାଧାରଣ ସଭା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ କଲେଜ ପରିଚାଳନା କମିଟି ସଦସ୍ୟ ମଙ୍ଗଳ ସିଂ ମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ ବିଜୟ ପୁରୋହିତ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମାଜରେ ଗଠନମୂଳକ କାର୍ଯ୍ୟ କରିବା ପାଇଁ ଆଗଭର ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ କଲେଜର ଉପଦେଷ୍ଟା ଲୋକନାଥ ବେହେରା ଓ ମାଇନର ନାଗ ଯୋଗ ଦେଇ ଶିକ୍ଷାର ଉତ୍କର୍ଷତା ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷା ଲିପ୍ସାମୟୀ ଦୁବେ ସ୍ୱାଗତ ଭାଷଣ ଦେଇଥିବା ବେଳେ ଇଂରାଜୀ ଅଧ୍ୟାପକ ମାନସ ରଞ୍ଜନ ବାଗ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଏଥିରେ ରାଜନୀତି ଅଧ୍ୟାପକ ରବି ମାଝୀ, ଶିକ୍ଷା ଅଧ୍ୟାପକ ସମୀର ପଧାନ, ଇତିହାସ ଅଧ୍ୟାପକ କୌସ୍ତୁଭ ସାହୁ, କିରାଣୀ ଭୁପିନ୍ଦର ରଣା, ଗ୍ରନ୍ଥାଗାର ବସନ୍ତ ସାହୁ, ଚତୁର୍ଥ ଶ୍ରେଣୀ କର୍ମଚାରୀ ଡୋଲେଶ୍ୱର ରଣା, ଚମ୍ପୁଲାଲ ରଣା, ରାତ୍ର ଜଗୁଆଳି ପ୍ରଦୀପ ମାଝୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ପୂର୍ବତନ ଛାତ୍ର ଅବିନାଶ ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଶେଷ ବର୍ଷର ଛାତ୍ର ସୌରଭ ସାହୁ, ପ୍ରିୟଙ୍କା ସାହୁ ଓ ପ୍ରତିମା ସାହୁ ମଞ୍ଚ ପରିଚାଳନା କରିଥିଲେ । ଗିରିଶ ସାହୁ, ସୌରଭ ସାହୁ, ଅର୍ଜୁନ ସାହୁ, ଦେବବ୍ରତ ସାହୁ, ଦିଲ୍ଲୀପ ସାହୁ, ବୈଶାଖୁ ସାହୁ, ଗଗନ ଭୋଇ, ଉଦିତ ବାଗ, ପୂର୍ଣ୍ଣଚନ୍ଦ୍ର ରଣା, ଅମୀୟ ସାହୁ, କିଶୋର ପଧାନ, ଶାନ୍ତ ସାହୁ, ବିଶାଳ ସରାଫ, ମନୀଷା ପାତ୍ର, ପ୍ରିୟଙ୍କା ସାହୁ, ପ୍ରତିମା ସାହୁ, ଝରଣା ସାହୁ, ରଚନା ଭୋଇ, ସଙ୍ଗୀତ ସାହୁ, ନନ୍ଦିନୀ, ପ୍ରଜ୍ଞା, ପ୍ରେମଲତା, ବେଦମାତି, କବିତା ପ୍ରମୁଖ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ନିପୁଣ ଓଡ଼ିଶା ଓ ଉଲ୍ଲାସ କାର୍ଯ୍ୟକ୍ରମ ର ଲକ୍ଷ୍ୟ ବର୍ଣ୍ଣନା କଲେ ବ୍ଲକ୍ ଶିକ୍ଷା ଅଧିକାରୀ by Proprietor Abhimanyu Maharana September 11, 2026 ବାର୍ଷିକ ବିଜ୍ଞାନମେଳା ଓ କଣ୍ଢେଇ ମେଳା ଅନୁଷ୍ଠିତ : ୧୬୦ ପ୍ରକଳ୍ପରେ ଝଲସିଲା କୁନି ବୈଜ୍ଞାନିକଙ୍କ ପ୍ରତିଭା by Proprietor Abhimanyu Maharana September 11, 2026 ନୟାଗଡ଼ ଜିଲ୍ଲା ସଡ଼କ ସୁରକ୍ଷା ଓ ହାଇୱେ ସେଫଟୀ ଟାସ୍କଫୋର୍ସ ବୈଠକ by Proprietor Abhimanyu Maharana September 11, 2026 ନୟାଗଡ ଜିଲ୍ଲାର ଦ୍ୱିତୀୟ ବରିଷ୍ଠ ତୀର୍ଥଯାତ୍ରୀ ଯୋଜନା ଶୁଭାରମ୍ଭ by Proprietor Abhimanyu Maharana September 11, 2026 ଜିଲ୍ଲା ଉପନିବନ୍ଧକ କାର୍ଯ୍ୟାଳୟର ଲୋକାର୍ପଣ ଉତ୍ସବ by Proprietor Abhimanyu Maharana September 11, 2026 ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳୀ ସଭା by Proprietor Abhimanyu Maharana September 11, 2026