ଓଡ଼ଗାଁରେ ଆଗାମୀ ୧୨.୧୨, ୨୦୨୧ ରିଖ ରବିବାର ଦିନ : ରଘୁନାଥ ସମବାୟ ମହାବିଦ୍ୟାଳୟ ଠାରେ – ବିଶାଳ ସ୍ବାସ୍ଥ୍ୟ ଓ ସଚେତନତା ଶିବିର ପାଇଁ ବୈୖଠକ

ଓଡ଼ିଶା ତାଜା ନ୍ୟୁଜ୍ (୦୫ ଡିସେମ୍ବର ରବିବାର ) ଓଡ଼ଗାଁ :- ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଓ ଏନ.ଏସି ପ୍ରଶାସନ ସହାୟତାରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଆଗାମୀ ୧୨.୧୨, ୨୦୨୧ ରିଖ ରବିବାର ଦିନ ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟ ଠାରେ ଏକ ବିଶାଳ ସ୍ବାସ୍ଥ୍ୟ ଓ ସଚେତନତା ଶିବିର ପାଇଁ ଆଜି ବ୍ଲକ ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ ସମସ୍ତଙ୍କ ସହଯୋଗ ଲୋଡିବା ସହିତ ରୋଗୀମାନେ ଆବଶ୍ୟକ ଚିକିତ୍ସା ଏବଂ ଔଷଧ କିଭଳି ପାଇପାରିବେ ତା ଉପରେ ପୁଙ୍ଗାନୁପୁଙ୍ଗ ଆଲୋଚନା କରିଥିଲେ। ଏହି ସ୍ବାସ୍ଥ୍ୟ ଶିବିରରେ ଅଭିଜ୍ଞ ଡ଼ାକ୍ତରମାନେ ଯୋଗଦେଇ ରୋଗୀମାନଙ୍କୁ ପରୀକ୍ଷା ନିରୀକ୍ଷା କରିବେ।ସମସ୍ତ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ ପ୍ରଥମେ ପଂଜୀକୃତ କରି ଧାଡ଼ିରେ ଆସି ରୋଗୀଙ୍କୁ ଦେଖାଇ ପାରିବେ।

ଶିବିରରେ ବିଭିନ୍ନ ବିଭାଗରୁ ବଛା ବଛା ମୋଟ ୨୯ଜଣ ସୁନାମଧନ୍ୟ ଡ଼ାକ୍ତର ଯୋଗ ଦେବେ ବୋଲି ଜଣାପଡିଛି। ସମସ୍ତ ସହଯୋଗ ପାଇଁ ବ୍ଲକ୍ ପ୍ରଶାସନ ତଥା ସାମ୍ବାଦିକଙ୍କ ଆବଶ୍ୟକତା ଥିବା ମନ୍ତ୍ରୀ ଡ. ସାହୁ କହିଥିଲେ।ଭେଷଜ, ସ୍ତ୍ରୀ ଓ ପ୍ରସୂତୀ, ପାକସ୍ଥଳୀ ଓ ଅନ୍ତଃନଳୀ, ଅସ୍ଥି, ମାନସିକ, କର୍କଟ, ଚର୍ମ, ଶିଶୁ, ହୃଦରୋଗ, ସ୍ନାୟୁ, ଅନ୍ତଃଶ୍ରାବ ଓ ମଧୁମେହ, ନାଶା, କର୍ଣ୍ଣ, ଗଳା ବିଭାଗ ବିଶେଷଜ୍ଞମାନେ ଯୋଗଦେବେ ।

ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ପରୀକ୍ଷା ନିରୀକ୍ଷା କରି ରୋଗୀକୁ ମାଗଣା ଔଷଧ ବଣ୍ଟନ କରାଯିବ । ତେଣୁ ସମସ୍ତ ବର୍ଗର ଜନସାଧାରଣ ଏହି ଶିବିରରେ ଯୋଗଦେଇ ନିଜେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବା ପାଇଁ ମନ୍ତ୍ରୀ ଡ଼ ସାହୁ ସମସ୍ତଙ୍କୁ ନିବେଦନ କରିଛନ୍ତି । ଆଜିର ଏହି ପ୍ରସ୍ତୁତି ବୈୖଠକରେ ବିଡ଼ିଓ ସ୍ବାତୀଲେଖା ଦାଶ, ତହସିଲଦାର ବିଜୟୀତା ସାମନ୍ତସିଂହାର,

ଏନଏସି କାର‌୍ୟ୍ୟ ନିର୍ବାହୀ ଅଧିକାରୀ ସ୍ବାତୀ ମିଶ୍ର, କଲେଜ ଅଧ୍ୟକ୍ଷ ଓମାର ମହମ୍ମଦ ମଲ୍ଲିକ, ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ବଳରାମ ପ୍ରଧାନ, ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୂ ପ୍ରସାଦ ସାହୁ,ମଞ୍ଚାସିନ ଥିବା ବେଳେ ଓଡ଼ଗାଁ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ବରିଷ୍ଠ ନାଗରିକ ଆଦି ଉପସ୍ଥିତ ଥିଲେ ।

Exit mobile version