ଗାନ୍ଧି ମରିନାହିଁ, ଲଢ଼େଇ ସରିନାହିଁ
ଓଡ଼ିଶା ତାଜା ନ୍ୟୁଜ୍ (୦୫ ଡିସେମ୍ବର ରବିବାର ) ନୟାଗଡ଼ :- ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକ ଅବସରରେ ‘ଗାନ୍ଧୀଜି ନୂଆ କ’ଣ କରିଛନ୍ତି’ ଏହାର ଏକ ଆଲୋଚନା ଚକ୍ର ଆଜି ପଠାଣି ସାମନ୍ତ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି । ଆମ ପାଇଁ ବଡ଼-ଆମ ନୟାଗଡ଼ ସୌଜନ୍ୟରେ ଭରପୁର ଜନ ସାଧାରଣଙ୍କ ଉପସ୍ଥିତିରେ ଗାନ୍ଧୀଜିଙ୍କ ନିତି ଆଦର୍ଶ ଉପରେ ଆଲୋକପାତ କରାଯାଇଥିଲା । ଅତିଥି ଭାବରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଯୋଗ ଦେଇ ଗାନ୍ଧିଙ୍କ ନିତି ଆଦର୍ଶ ଉପରେ ଆଲୋକ ପାତ କରିଥିଲେ ।
