ରଣପୁର ବଡ଼ ମଠ ଓ କାସନ୍ଦା ତୃତୀୟା ଦେବଙ୍କ ମଠର ମହନ୍ତ କିଏ …? ମହନ୍ତ କମଳ ଲୋଚନ ଦାସ ‘ନା’ ପୂଜରୀ

କାହିଁକି ଆଖି ବୁଜି ଦେଇଚି : ଦେବୋତ୍ରୋ ବିଭାଗ

୧୯୯୩ ମସିହାରେ ରଣପୁର ର ଲଛମନ ବାଲାଜୀ ବଡ଼ ମଠର ମହନ୍ତ ଗୋପାଳ ଚରଣ ଦାସ ନାଗା କମଳ ଲୋଚନ ଦାଶ ଙ୍କୁ କଣ୍ଠିି କୌପୂନି ଦେଇ ଚେଲା ଭାବେ ଗ୍ରହଣ କରି ରଣପୁର ବଡ଼ ମଠ କାସନ୍ଦା ତୃତୀୟା ଦେବଙ୍କ ମଠ ପରିଚାଳନା ପାଇଁ ଏକ ପତ୍ର ସମ୍ପାଦନ କରିଥିଲେ । ଯାହାକୁ ଆଧାର କରି ରଣପୁର ରାଜା ଦିଲ୍ଲୀପ ଚନ୍ଦ୍ର ସିଂ ଦେଓ ବଜ୍ରଧର ନରେନ୍ଦ୍ର ମହାପାତ୍ର ୨୦୦୪ ମସିହାରେ କମଳଲୋଚନ ଙ୍କୁ ଶାଢ଼ୀ ପ୍ରଦାନ କରି ମହନ୍ତ ଭାବେ ଘୋଷଣା କରିଥିଲେ ।

କିଛି ଦିନ ପରେ ମହନ୍ତ କମଳ ଲୋଚନ ଦାଶ ଅଧିକ ଜ୍ଞାନ ଆହରଣ ଓ ସାଧନା ପାଇଁ ବୃନ୍ଦାବନ ଆଦି ବିଭିନ୍ନ ଧାମ କୁ ଯାଇଥିଲେ ତାଙ୍କର ଅନୁପସ୍ଥିତରେ ମଠ ପରିଚାଳନା ପାଇଁ ମନ୍ଦିର ପୂଜକଙ୍କୁ ଦାୟିତ୍ୱ  ଦିଆଯାଇଥିଲା ।

ଓଡ଼ିଶା ତାଜା ନ୍ୟୁଜ୍ (୦୫ ଡିସେମ୍ବର ରବିବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ରଣପୁର ଦେବୋତ୍ତର ବିଭାଗ ଅଧୀନରେ ରାଜସୁନାଖଳା ନିକଟସ୍ଥ କାସନ୍ଦା ଠାରେ ରହିଛି ତୃତୀୟାଦେବ ମଠ ଏହି ମଠର ପୁରୀ ବଡ଼ ଆଖଡା ମଠ ସହ ସମ୍ପର୍କ ରହିଛି । ରାଜରାଜୁଡା ଅମଳରୁ ରଣପୁର ରାଜା ପାଇକ ମାନଙ୍କୁ ଯୁଦ୍ଧ ବିଦ୍ୟା ଶିକ୍ଷା ଦେବା ପାଇଁ ରଣପୁର ବଡ଼ ମଠ ଓ କାସନ୍ଦା ତୃତୀୟା ଦେବ ଙ୍କ ମଠ ପ୍ରତିଷ୍ଠା କରିଥିଲେ । ତେବେ ତୃତୀୟା ଦେବଙ୍କ ମଠ ପରିଚାଳନା ପାଇଁ ୭୦ ଏକର ଜମି ଖଞ୍ଜିଥିଲେ । ଦେବୋତ୍ତର ବିଭାଗର ଅଣଦେଖା ସାଙ୍ଗକୁ ମଠ ମହନ୍ତ ଙ୍କ ବିବାଦ କୁ ନେଇ ରାଜ ରାଜୁଡା ଅମଳ ର ଏହି ଆଖଡା ମଠ ଏବେ ଭାଙ୍ଗି ରୁଜି ଗଲାଣି ।

କାସନ୍ଦା ଗ୍ରାମର ସଭାପତି ସୁକାନ୍ତ ସାମନ୍ତରାୟ ମଠର ପୁନଃଉଦ୍ଧାର ପାଇଁ ଦେବୋତ୍ତର ବିଭାଗକୁ ଅନୁରୋଧ କରିଥିବା ଜଣାପଡ଼ିଛି । ୧୯୯୩ ମସିହାରେ ରଣପୁର ର ଲଛମନ ବାଲାଜୀ ବଡ଼ ମଠର ମହନ୍ତ ଗୋପାଳ ଚରଣ ଦାସ ନାଗା କମଳ ଲୋଚନ ଦାଶ ଙ୍କୁ କଣ୍ଠିି କୌପୂନି ଦେଇ ଚେଲା ଭାବେ ଗ୍ରହଣ କରି ରଣପୁର ବଡ଼ ମଠ କାସନ୍ଦା ତୃତୀୟା ଦେବଙ୍କ ମଠ ପରିଚାଳନା ପାଇଁ ଏକ ପତ୍ର ସମ୍ପାଦନ କରିଥିଲେ । ଯାହାକୁ ଆଧାର କରି ରଣପୁର ରାଜା ଦିଲ୍ଲୀପ ଚନ୍ଦ୍ର ସିଂ ଦେଓ ବଜ୍ରଧର ନରେନ୍ଦ୍ର ମହାପାତ୍ର ୨୦୦୪ ମସିହାରେ କମଳଲୋଚନ ଙ୍କୁ ଶାଢ଼ୀ ପ୍ରଦାନ କରି ମହନ୍ତ ଭାବେ ଘୋଷଣା କରିଥିଲେ ।

 

କିଛି ଦିନ ପରେ ମହନ୍ତ କମଳ ଲୋଚନ ଦାଶ ଅଧିକ ଜ୍ଞାନ ଆହରଣ ଓ ସାଧନା ପାଇଁ ବୃନ୍ଦାବନ ଆଦି ବିଭିନ୍ନ ଧାମ କୁ ଯାଇଥିଲେ । ତାଙ୍କର ଅନୁପସ୍ଥିତରେ ମଠ ପରିଚାଳନା ପାଇଁ ମନ୍ଦିର ପୂଜକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ବୃନ୍ଦବନ ରୁ ମଠ ମହନ୍ତ ଫେରନ୍ତେ ଦେଖିଲେ ଯେ ମଠ ର ପୁଜା ଦାୟିତ୍ଵ ରେ ଥିବା ପୂଜାରୀ ହୋଇଯାଇଛନ୍ତି ମଠର ମହନ୍ତ । ସେ କିଭଳି ମଠ ମହନ୍ତ ହେଲେ ଓ କେଉଁ ଆଧାରରେ ହେଲେ ଏହାକୁ ନେଇ ଦେବୋତ୍ତର ବିଭାଗ ରେ କଥା ଉଠିଛି । ଯାହାକୁ ନେଇ କାସନ୍ଦା ଓ ରଣପୁର ରେ ଚର୍ଚ୍ଚା ହେଉଛି ।

 

ଦେବୋତ୍ତର ବିଭାଗ କହିବାନୁସାରେ ଏହି କଥାର କିଛି ସତ୍ୟାସତ୍ୟ ଥିଲେ ଏହା ଉପରେ କଡା ପଦକ୍ଷେପ ଗ୍ରହଣ କରାଯିବ । ବର୍ତ୍ତମାନ ମଠ ମହନ୍ତ କମଳ ଲୋଚନ ଦାସ ଙ୍କୁ କାସନ୍ଦା ର ଗ୍ରାମବାସୀ ମାନେ ତୃତୀୟା ଦେବଙ୍କ ମଠ ପରିଚାଳନା ଦାୟିତ୍ଵ ଦେଇଥିବା ଜଣା ଯାଇଛି । ଦେବୋତ୍ତର ବିଭାଗ ଏହି ପୁରାତନ ସଂସ୍କୃତି ସମ୍ପନ୍ନ ତୃତୀୟାଦେବ ମଠର ପୁନରୁଦ୍ଧାର କରିବାକୁ ମଧ୍ୟ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି ।

 

 

 

 

 

ତୃତୀୟା ଦେବଙ୍କ ମଠ

Exit mobile version