କୁଖ୍ୟାତ ଅନ୍ତରାଜ୍ୟ ନିଶା ବେପାରୀ ଶେଖ ଆଜ ବାହାର ଗିରଫ – ରାଜସ୍ଥାନ

ବାଲେଶ୍ୱର ଜିଲ୍ଲା ଜଳେଶ୍ବର ର ରାଜପୁର ରେ : କୁଖ୍ୟାତ ଅନ୍ତରାଜ୍ୟ ନିଶା ବେପାରୀ ଶେଖ ଆଜ ବାହାର ଗିରଫ : ରାଜସ୍ଥାନରେ

ଓଡ଼ିଶା ତାଜା ନ୍ୟୁଜ୍ (୦୪ ଡିସେମ୍ବର ଶନିବାର) ବାଲେଶ୍ୱର :- ଦୀର୍ଘ ଦିନରୁ ଫେରାର ଥିବା କୁଖ୍ୟାତ ନିଶା ବେପାରୀ ଶେଖ ଆଜବାହାର କୁ ଓଡିଶା ଏସ ଟି ଏଫ ରାଜସ୍ଥାନ ପୋଲିସ ର ସହାୟତାରେ ସ୍ଥାନୀୟ ଯୋଦ୍ଧପୁର ରୁ ଗିରଫ କରିବାରେ ସକ୍ଷମ ହୋଇଛି । ତା ନାମରେ ରାଜ୍ୟର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ଜଣାପଡିଛି । ସେ ବିଭିନ୍ନ ସମୟରେ ସ୍ତନ ବଦଳାଇ ପୋଲିସ ଆଖିରେ ଧୂଳିଦେଇ ଲୁଚି ରହୁଥିଲା ।

ତାର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ବର ର ରାଜପୁର ରେ ବୋଲି ସୂଚନା ମିଳିଛି  । ଏଠାରେ ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସରେ ତା ଠାରୁ ପୋଲିସ ଆନୁମାନିକ ୨କିଲୋ ୪୦୨ଗ୍ରାମ ବ୍ରାଉନ ସୁଗର ଜବତ କରିଥିଲା । ସେ ବିଶେଷତ୍ୱ ବାଲେଶ୍ୱର,ଜଳେଶ୍ବର,ଓ ପଶ୍ଚିମ ବଙ୍ଗ ରେ ତାର ବେଆଇନ ନିଶା କାରବାର ଚଳାଇ ଆସୁଥିଲା ।

Exit mobile version